ଗୁଜୁରାଟର ସାଗରଦାନା ଘୋଟାଲାରେ ପୂର୍ବତନ ମନ୍ତ୍ରୀ ବିପୁଲ ଚୌଧୁରୀଙ୍କ ସମେତ ୧୫ ଦୋଷୀଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ

Spread the love

ମେହସାଣା : ଗୁଜୁରାଟର ମେହସାଣା ଜିଲ୍ଲାର ଏକ କୋର୍ଟ ଗୁରୁବାର ଦିନ ପୂର୍ବତନ ମନ୍ତ୍ରୀ ବିପୁଲ ଚୌଧୁରୀଙ୍କ ସମେତ ୧୫ ଜଣ ଅଭିଯୁକ୍ତଙ୍କୁ ଦୁଧ୍‌ସାଗର ଡାଏରି  ସହ ଜଡିତ ସାଗରଦାନ ଘୋଟାଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ସମସ୍ତଙ୍କୁ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଦୁର୍ନୀତିରେ ଚାରିଜଣ କର୍ମଚାରୀଙ୍କୁ ସନ୍ଦେହର ଲାଭ  ମିଳିଛି ଓ ସେମାନେ ନିର୍ଦ୍ଦୋଷରେ  ଖଲାସ ହୋଇଛନ୍ତି । 

ମେହସାଣା ସ୍ଥିତ ଦୁଧ୍‌ସାଗର ଡାଏରି  ତତ୍କାଳୀନ ଚେୟାରମ୍ୟାନ୍ ଭିପୁଲ ଚୌଧୁରୀ ୨୦୧୩ ମସିହାରେ ମହାରାଷ୍ଟ୍ରକୁ ୨୨.୫୦ କୋଟି ଟଙ୍କା ମୂଲ୍ୟର ସାଗରଦାନା ପଠାଇଥିଲେ । ଏଥିରେ ଏହି ଘୋଟାଲା ପ୍ରକାଶ ପାଇବା ପରେ ମୋଟ ୨୨ ଅଭିଯୁକ୍ତଙ୍କ ବିରୋଧରେ ଏଫ୍‌ଆଇଆର୍ ଦାଖଲ କରାଯାଇଥିଲା । ଏଥିମଧ୍ୟରୁ ତିନିଜଣଙ୍କ ମୃତ୍ୟୁ ଘଟିସାରିଛି ।  ଅବଶିଷ୍ଟ ୧୯ ଅଭିଯୁକ୍ତଙ୍କ ମଧ୍ୟରୁ ୧୫ ଜଣ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ଚାରିଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *