୨୪ ଘଣ୍ଟାରେ ୨ ଆତଙ୍କୀ ନିହତ

Spread the love

ଶ୍ରୀନଗର: ଜମ୍ମୁ କାଶ୍ମୀର ପୁଲୱାମାର ଅୱନ୍ତିପୋରା ଅଞ୍ଚଳରେ ଆଉ ଜଣେ ଆତଙ୍କବାଦୀ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି। କାଶ୍ମୀର ପୁଲିସ ମଙ୍ଗଳବାର ଏନେଇ ସୂଚନା ଦେଇଛି କି, ଆତଙ୍କୀ ନିକଟରୁ ବହୁ ମାରଣାସ୍ତ୍ର ସହ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି।

ପୁଲିସ ସୂଚନାମୁତାବକ, ରବିବାର କାଶ୍ମୀର ପଣ୍ଡିତ ସଞ୍ଜୟ ଶର୍ମାଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ଆକିବ ମୁସ୍ତାକ ଭଟ୍ଟକୁ ହତ୍ୟା କରିବାର  ୨୪ ଘଣ୍ଟା ଭିତରେ ଆଉ ଜଣେ ଆତଙ୍କୀକୁ ମାରିଛି ସୁରକ୍ଷା ବଳ।  ଏନେଇ ଜମ୍ମୁ ପୁଲିସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି କି, ଅବନ୍ତିପପୋରା ଏନକାଉଣ୍ଟର ଅପଡେଟ: ଆଉ ଜଣେ ଆତଙ୍କବାଦୀକୁ ହତ୍ୟା କରିଯାଇଛି, ଫଳରେ ମୋଟ ସଂଖ୍ୟା ୨ହୋଇଛି। ତା ନିକଟରୁ ବହୁ ଆପତ୍ତିଜନକ ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ଜବତ। ସର୍ଚ୍ଚ ଅପରସନ ଜାରି ରହିଛି ଅଧିକ ତଥ୍ୟ ସଂଗ୍ରହ ପାଇଁ।

କାଶ୍ମୀର ଜୋନାଲ ପୁଲିସ ମୁତାବକ, ଆକିବ ମୁସ୍ତାକ ଭଟ, ଯିଏ ସଞ୍ଜୟ ଶର୍ମାଙ୍କୁ ପୁଲୱାମାରେ ହତ୍ୟା କରିଥିଲା ତାକୁ ହତ୍ୟା କରାଯାଇଛି। ମୁସ୍ତାକ ପୂର୍ବରୁ ପାକିସ୍ତାନର ହିଜବୁଲ ମୁଜାହିଦିନ ଆତଙ୍କୀ ସଂଗଠନକୁ ସହଯୋଗ କରୁଥିଲା।

ସୂଚନାଯୋଗ୍ୟ, ରବିବାର ଦିନ ସଞ୍ଜୟ ଶର୍ମା, ଯିଏ ସେଠାର ଏକ ବ୍ୟାଙ୍କର ଗାର୍ଡ ଭାବେ କାମ କରୁଥିଲେ, ବଜାରକୁ ଯାଇଥିବା ବେଳେ ତାଙ୍କୁ ଗୁଳିକରାଯାଇଥିଲା। ଗୁଳି ମାଡ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *