ଦୁଇ ଆତଙ୍କୀଙ୍କୁ ସାତ ଦିନିଆ ପୁଲିସ କଷ୍ଟଡି

Spread the love

ଗୌହାଟୀ:  ଆସାମରେ ଗିରଫ ଦୁଇ ଆତଙ୍କବାଦୀଙ୍କୁ ସୋମବାର ଦିନ ସାତ ଦିନିଆ ପୁଲିସ କଷ୍ଟଡିକୁ ପଠାଇ ଦିଆଯାଇଛି। ଦୁଇ  ଆତଙ୍କବାଦୀ ଅଲ କାଏଦା ଇଣ୍ଡିଆନ ସବକଣ୍ଟିନେଣ୍ଟ ବା ଏକ୍ୟୁଆଇଏସ  ଓ ଅନସରୁଲ୍ଲାହ ବଙ୍ଗଲା ଟିମ (ଏବିଟି)ର ସଦସ୍ୟ।  ଶନିବାର ଦିନ ଏହି ଦୁଇ ଆତଙ୍କୀଙ୍କୁ ଶନିବାର ଦିନ ଗୋଲପରା ଜିଲ୍ଲାକୁ ଆସାମ ପୁଲିସ ଗିରଫ କରିଥିଲା।

 ଗୋଲପରା ଏସପି ଭି ଭି ରାକେଶ ରେଡ୍ଡୀ କହିଛନ୍ତି କି, ଦୁଇ ଅଭିଯୁକ୍ତ କୋର୍ଟରେ ଉପସ୍ଥିତ ହୋଇଥିଲେ, ଉଭୟଙ୍କୁ କୋର୍ଟ ୭ ଦିନିଆ ପୁଲିସ କଷ୍ଟଡିକୁ ପଠାଇ ଦେଇଥିଲେ। ଗିରଫ ଦୁଇ ଆତଙ୍କବାଦୀ ହେଲେ ଟିଙ୍କୁନିଆ ଶାନ୍ତିପୁର ମସଜିଦର ଇମାମ, ଅବଦସ ସୁଭନ ଓ ତିଲାପରା ନାଟୁନ ମସଜିଦର ଇମାମ ଜଲାଲୁଦ୍ଦିନ ସେଖ।

ଉଭୟ ୨୦୧୯ ଡିସେମ୍ବରରେ ତିଲାପରା ମାଦ୍ରାସାରେ ଧର୍ମସଭା ଆୟୋଜନ କରିଥିଲେ, ଯେଉଁଠି ବାଙ୍ଗଲାଦେଶୀ ନାଗରିକ ଯୋଗ ଦେଇଥିଲେ ଓ ସେଠାରେ ଯୁଦ୍ଧ ତାଲିମ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *