ଦେଶରେ ୮୬୪ ଆଇପିଏସ ପଦବୀ ଖାଲି

Spread the love

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ମୋଟ ୮୬୪ଟି ଆଇପିଏସ ପଦବୀ ଖାଲି ରହିଥିବା ଲୋକସଭାରେ ମଙ୍ଗଳବାର ଦିନ ତଥ୍ୟପ୍ରଦାନ କରିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ। ଏହି ଖାଲି ପଦବୀ ଅବସର, ଇସ୍ତଫା, ମୃତ୍ୟୁ, ଚାକିରିରୁ ବହିସ୍କାର କାରଣରୁ ସୃଷ୍ଟି ହୋଇଛି। ଡିଏମକେ ସାଂସଦ ଗୌତମ ସିଂଘମାନିଙ୍‌କ ଲିଖିତ ପ୍ରଶ୍ନର ଉତ୍ତରରେ ରାଏ ଏହି ଜବାବ ରଖିଛନ୍ତି।

୨୦୨୨ ଜାନୁଆରି ୧ରେ ଦେଶରେ ଆବଶ୍ୟକ ଆଇପିଏସ ସଂଖ୍ୟା ୪,୯୮୪ ଥିବା ବେଳେ ୪,୧୨୦ ଆଇପିଏସ ଅଫିସର ଦାୟିତ୍ବରେ ରହିଛନ୍ତି। ଅର୍ଥାତ୍ ଦେଶରେ ୮୬୪ ଟି ପଦବୀ ଖାଲି ରହିଛି।  ତେବେ ମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି କି, ସରକାର ବର୍ତ୍ତମାନ ନିଯୁକ୍ତି ସଂଖ୍ୟାକୁ ବଢାଇ ୧୫୦ରୁ ୨୦୦ କରାଯାଇଛି। ୨୦୨୦ ସାଧାରଣ ସେବା ପରୀକ୍ଷାରେ ଏହି ନୂତନ ନୋଟିଫିକେସନକୁ ଲାଗୁ କରାଯାଇଛି। ବର୍ତ୍ତମାନ ୨୨୬ଟି ପୋଷ୍ଟ ଖାଲି ରହିଛି। ଏହି ଖାଲି ପଦରେ ଏସପି ରୁ ଡିଜିପି ପର୍ଯ୍ୟନ୍ତ ସିଏପିଏଫ, ସିପିଓଏସର ପଦ ରହିଛି।  

କଣ କେନ୍ଦ୍ରୀୟ ଡେପୁଟେସରେ ନିଯୁକ୍ତି ପାଇଁ ଇଛୁକ ନାହାନ୍ତି ଓ ମାତ୍ର ତିନି ଜଣ ମାତ୍ର ରାଜି ହୋଇଛନ୍ତି ପରି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ନା, ଚଳିତ ବର୍ଷ ୧୪୪ ଆଇପିଏସ ଅଧିକାରୀ ସେଣ୍ଟ୍ରାଲ ଡେପୁଟେସନ ପାଇଁ ଆପିଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ୯୫ ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *