ଆହ୍ଲାବାଦ ହାଇ କୋର୍ଟ ବାରାଣାସୀର ଜ୍ଞାନବାପି ମସଜିଦ୍ ର ସର୍ଭେ ପଇଁ ଏସିଆଇକୁ ଦେଲେ ଅନୁମତି

Spread the love

ଉତ୍ତରପ୍ରଦେଶର ବାରାଣାସୀରେ ଥିବା ଜ୍ଞାନବାପି ମସଜିଦ୍ ର ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) ସର୍ଭେକୁ ଚ୍ୟାଲେଞ୍ଜ କରି ଅଞ୍ଜୁମାନ ମସଜିଦ କମିଟିର ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଛନ୍ତି । ଏହି ସର୍ଭେ ମସଜିଦ୍ ସଂରଚନା ନଷ୍ଟ କରିପାରେ ବୋଲି ମୁସଲିମ ପକ୍ଷର ନିବେଦନକୁ କାରଜ କରି ବୈଜ୍ଞାନିକ ସର୍ବେକ୍ଷଣର ପଥ ପ୍ରସସ୍ତ କରିଛନ୍ତି ମାନନୀୟ ହାଇକୋର୍ଟ ।

୧୬ ମଇ ୨୦୨୩ ରେ ଚାରିଜଣ ହିନ୍ଦୁ ମହିଳାଙ୍କ ଦ୍ୱାରା ଦିଆଯାଇଥିବା ଏକ ଆବେଦନ ଉପରେ ଜ୍ଞାନବାପି କମ୍ପ୍ଲେକ୍ସର ASI ସର୍ଭେ ନିର୍ଦ୍ଦେଶ ଜୁଲାଇ ୨୧ରେ ବାରାଣାସୀ ଜିଲ୍ଲା ଜଜ୍ ଏ.କେ ବିଶ୍ୱଶେ ଦେଇଥିଲେ । ଏହାର ଉଦ୍ଦେଶ୍ୟ ମସଜିଦ୍ ଉପରେ ବୈଜ୍ଞାନିକ ସର୍ଭେ କରି ଅନୁସନ୍ଧାନ କରିବା ଯେ, ବର୍ତ୍ତମାନର ଜ୍ଞାନବାପି ମସଜିଦ୍ ର ଷ୍ଟ୍ରକ୍ଚର୍ ପୂର୍ବ-ସଂରଚିତ ଏକ ହିନ୍ଦୁ ମନ୍ଦିରର ଉପରେ ନିର୍ମିତ କି ନୁହେଁ ।

ଅଞ୍ଜୁମାନ ମସଜିଦ କମିଟି ବାରାଣାସୀ ଜିଲ୍ଲା କୋର୍ଟର ଆଦେଶକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।

Leave a Reply

Your email address will not be published. Required fields are marked *