ଅର୍ଜୁନ ରାମ ମେଘୱାଲ ହେଲେ ଆଇନ ମନ୍ତ୍ରୀ

Spread the love

ନୂଆଦିଲ୍ଲୀ : କେନ୍ଦ୍ରୀୟ ମନ୍ତ୍ରୀ କିରେନ ରିଜିଜୁଙ୍କ ସ୍ଥାନରେ ଅର୍ଜୁନ ରାମ ମେଘୱାଲଙ୍କୁ ଆଇନ ମନ୍ତ୍ରଣାଳୟର କାର୍ଯ୍ୟଭାର ପ୍ରଦାନ କରାଯାଇଛି । କିରେନ ରିଜିଜୁଙ୍କୁ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ଦାୟିତ୍ୱ ପ୍ରଦାନ କରା ଯାଇଛି । ରାଷ୍ଟ୍ରପତିଙ୍କ ପ୍ରେସ ସଚିବଙ୍କ ପକ୍ଷରୁ ଗୁରୁବାର ଦିନ ଏ ସମ୍ପର୍କିତ ସୂଚନା ଦିଆଯାଇଛି ।ପ୍ରେସ ସଚିବ ଅଜୟକୁମାର ସିଂହ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମ ମନ୍ତ୍ରଣାଳୟରେ ପରିବର୍ତନକୁ ଅନୁମତି ପ୍ରଦାନ କରିଛନ୍ତି ।

ରାଷ୍ଟ୍ରପତି ଭବନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର କାର୍ଯ୍ୟଭାର କିରେନ ରିଜିଜୁଙ୍କୁ ଦିଆଯାଇଥିବା ବେଳେ ଅର୍ଜୁନ ରାମ ମେଘୱାଲଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *