ବୋମା ଥିବା ଇରାନୀ ବିମାନକୁ ତଡିଦେଲା ସୁଖୋଇ

Spread the love

ନୂଆଦିଲ୍ଲୀ: ଭାରତୀୟ ବାୟୁ ସୀମା ମଧ୍ୟରେ ବିମାନରେ ବୋମାର ଖବର ଭାରତୀୟ ଗୁଇନ୍ଦା ବିଭାଗର ଚିନ୍ତା ବଢାଇଦେଇଥିଲା। ଏହା ଇରାନର ବିମାନ ହୋଇଥିବା ବେଳେ ଇରାନରୁ ଚୀନ ଅଭିମୁଖେ ଯାତ୍ରା କରୁଥିଲା। କିନ୍ତୁ ଭାରତୀୟ ବାୟୁ ସେନା ମଧ୍ୟରେ ପ୍ରବେଶ କରିବା ପରେ ନୂଆଦିଲ୍ଲୀରେ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲା। କୁହାଗଲା କି ବିମାନରେ ରହିଛି ବୋମା। ଏହା ପରେ ଭାରତୀୟ ସୁରକ୍ଷା ଏଜେନ୍ସି ବିମାନକୁ ଅବତରଣ ପାଇଁ ଦେଲାନାହିଁ ଅନୁମତି।

ତେହରାନରୁ ଚୀନର ଗ୍ବାଙ୍ଗଝୁ ସହରକୁ ଯାଉଥିବା ଇରାନୀ ବିମାନ ପ୍ରାୟ ସକାଳ ୯ଟା ୨୦ ମିନିଟରେ ଇନ୍ଦିରା ଗାନ୍ଧୀ ଏୟାରପୋର୍ଟରେ ଅବତରଣ କରିବାକୁ ଚାହିଁଥିଲା। ଅଧିକାରୀଙ୍କୁ ଖବର ମିଳିଥିଲା କି, ବିମାନ ନମ୍ବର ଡବ୍ଲୁ୫୮୧ ଜରୁରୀକାଳୀନ ଅବତରଣ କରିବାକୁ ଚାହୁଁଛି। ବିମାନରେ ବୋମା ଥିବାରୁ ଦିଲ୍ଲୀରେ ଅବତରଣ ଜରୁରୀ ହୋଇପଡିଛି।ବିମାନ ଭାରତୀୟ ଏୟାରସ୍ପେସ ମଧ୍ୟରେ ଥିଲା। କିନ୍ତୁ ଭାରତୀୟ ସୁରକ୍ଷା ଏଜେନ୍ସି ଏହି ବିପଦକୁ ଏଡାଇବାକୁ ବିମାନକୁ ଅନୁମତି ଦେଇ ନ ଥିଲେ। ହେଲେ ବିମାନକୁ ଜୟପୁର ଜୟପୁରକୁ ଡାଇଭର୍ଟ କରିଥିଲେ।  ଜୟପୁରରେ ମଧ୍ୟ ଅବତରଣ ଅନୁମତି ମିଳିନଥିଲା।

କିନ୍ତୁ ବିମାନ ୪୫ ମିନିଟ ଧରି ଭାରତୀୟ ସୀମାରେ ହିଁ ଚକର କାଟୁଥିଲା। ତେବେ ଯୋଧପୁର ଓ ପଞ୍ଜାବ ବାୟୁସେନାକୁ ଏହା ମଧ୍ୟରେ ଆଲର୍ଟ କରାଯାଇଥିଲା। ଏହି ବିମାନକୁ ଇଣ୍ଡିଆନ ଏୟାରଫୋର୍ସର ସୁଖୋଇ ୩୦ଏମକେଆଇ ଜେଟ ଆକାଶରେ ଘେରି ଯାଇଥିଲେ। ସ୍ଥଳରଭାଗରୁ ମଧ୍ୟ ଆକ୍ଟିଭ ରହିଥିଲା ସ୍ଥଳସେନା। ଫଳରେ ଘେରାବନ୍ଦୀକୁ ଦେଖି ଇରାନୀ ବିମାନର ଲ୍ୟାଣ୍ଡିଂ ପାଇଁ କୌଣସି ମୌକା ନ ଥିଲା। ତେଣୁ ଚୀନ ଆଡକୁ ଚାଲିଯାଇଥିଲା ବିମାନଟି।

Leave a Reply

Your email address will not be published. Required fields are marked *