ଅସ୍ଥାୟୀ ପୋଲ ଭାଙ୍ଗି ୨ ଡ୍ରେନରେ ଭାସିଗଲେ

Spread the love

ମୋନାଲି: ସୋମବାର ଦିନ ହିମାଚଳ ପ୍ରଦେଶର ମୋନାଲିରେ ଥିବା ଏକ ଅସ୍ଥାୟୀ ପୋଲ ଭାସି ଯିବାରୁ ୨ ଜଣ ପାଣିରେ ବୁଡି ଯାଇଛନ୍ତି। ଏହି ପୋଲଟି ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ବ୍ୟବହାର ହୋଇ ଆସୁଥିଲା।
ସୂଚନା ଅନୁଯାୟୀ, ପୋଲ ଦେଇ କିଛି ଲୋକ ଯିବା ବେଳେ ହଠାତ୍ ପାଣି ସୁଅରେ ପୋଲଟି ଭାସି ଯାଇଥିଲା। ଫଳରେ ସେମାନେ ପାଣିରେ ପଡି ଭାସି ଯାଇଥିଲେ। ମୋନାଲିର ସୋଲାଙ୍ଗ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଡ୍ରେନ ପାର ହେବାକୁ ଏକ ଅସ୍ଥାୟୀ ପୋଲର ନିର୍ମାଣ କରାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, କିନ୍ତୁ ଡ୍ରେନ ପାଣିରେ ପଡି ଦୁଇ ଜଣ ଭାସିଯାଇଛନ୍ତି।
ପ୍ରବଳ ବର୍ଷା କାରଣରୁ ଡ୍ରେନରେ ସୁଅ ଛୁଟୁଛି। ଯେଉଁ ଦୁଇ ଜଣ ଡ୍ରେନ ପଡିଯାଇଥିଲେ, ସେମାନଙ୍କୁ ସୁଅ ଆଖି ପିଛୁଳାକେ ସେଠାରୁ ଭସାଇ ନେଇଥିଲା।

Leave a Reply

Your email address will not be published. Required fields are marked *