ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ବସ୍ ଦୁର୍ଘଟଣା : ୧୦ ମୃତ, ୫୫ ଆହତ

Spread the love

ଜମ୍ମୁ : ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଆଜି ସକାଳେ ଏକ ଯାତ୍ରୀବାହୀ ବସ୍ ରାସ୍ତା ପାଶ୍ୱର୍ ଖାଲକୁ ଖସି ପଡିବା ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ପ୍ରାୟ ୫୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତନ୍ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି । ସେମାନଙ୍କୁ ଚିକିତ୍ସା ନିମନ୍ତେ ଜମ୍ମୁ ମେଡିକାଲ କଲେଜରେ ଭର୍ତି କରାଯାଇଛି । ଜମ୍ମୁ ଜିଲ୍ଲାପାଳ ଅବନି ଲବାସା ଏବଂ ଏସଏସପି ଚନ୍ଦନ କୋହଲି ଏନେଇ ସୂଚନା ଦେଇଛନ୍ତି ।

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ବସ୍ ଟି ଶ୍ରଦ୍ଧାଳୁଙ୍କୁ ନେଇ ଅମୃତସରରୁ କଟରା ଅଭିମୁଖେ ଯାଉଥିଲା । ଜମ୍ମୁ ଜିଲ୍ଲାର କଟରାରୁ ପ୍ରାୟ ୧୫ କି.ମି. ଦୂର ଝଜ୍ଜର କୋଟଲି ନିକଟରେ ଚାଳକ ଅଚାନକ ବସ୍ ଉପରୁ ନିଜର ନିୟନ୍ତ୍ରଣ ହରାଇ ବସିବାରୁ ବସ୍ ଟି ରାସ୍ତା ପାଶ୍ୱର୍ ଖାଲକୁ ଖସି ପଡିଥିଲା । ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । 

ଜିଲ୍ଲାପାଳ ଅବନି ଲବାସା କହିଛନ୍ତି ଯେ, ଗୁରୁତର ଆହତଙ୍କୁ ଜିଏମସି ଜମ୍ମୁ ଅଣାଯାଇଛି । ଅନ୍ୟ ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ବର୍ତମାନ ସୁଦ୍ଧା ମୃତାହତଙ୍କ ପରିଚୟ ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *