ତିନିଥର ଉଦ୍‌ଘାଟନ ପରେ ବି କାମରେ ଆସୁନି ନୟାଗଡ ବସଷ୍ଟାଣ୍ଡ

Spread the love

(ନୟାଗଡ) ନୟାଗଡ ସହରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଟ୍ରାଫିକ ସମସ୍ୟା l ପ୍ରତେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟିବାରରେ ଲାଗିଛି l ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ନୟାଗଡରେ କୋଟି କୋଟି ଟଙ୍କାରେ ନିର୍ମିତ ହେଲା ବସଷ୍ଟାଣ୍ଡ l ହେଲେ ଫଳ ଶୂନ । ବସ ଷ୍ଟାଣ୍ଡକୁ ଆସୁନି ଗାଡି l ନିରବ ସାଜିଛି ଜ଼ିଲ୍ଲା ପ୍ରଶାସନ l

ନୟାଗଡରେ ଟ୍ରାଫିକ ସମସ୍ୟା l ଦିନକୁ ଦିନ ଗାଡି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଟ୍ରାଫିକ ସମସ୍ୟା ଯୋଗୁଁ ସହରରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ଭଙ୍ଗାଯାଇ ନୂଆ ବସଷ୍ଟାଣ୍ଡ ନିର୍ମାଣ ହୋଇଥିଲା । ଯାହାକୁ ୨୦୦୩ ମସିହାରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ହେଲେ କାମରେ ଆସୁନି ଏହି ବସଷ୍ଟାଣ୍ଡ । ନୂଆ ବସ ଷ୍ଟାଣ୍ଡକୁ ଗାଡି ଠିକ୍ ଭାବେ ଯାତାୟାତ କରୁନାହିଁ l ଆଜିକୁ ବହୁବର୍ଷ ପୂର୍ଣ୍ଣ ହୋଇଥିଲେ ମଧ୍ୟ ସହରବାସୀ ଏହାର ସୁବିଧା ପାଇ ପାରୁ ନାହାଁନ୍ତି ।

କୋଟି କୋଟି ଟଙ୍କାରେ ନିର୍ମିତ ନୟାଗଡ ନୂଆ ବସଷ୍ଟାଣ୍ଡର  ୩ ଥର ଉଦଘାଟନ ହେଲାଣି । କିଛି ସରକାରୀ ବସ ଓ ବେସରକାରୀ ବସ ସେଠାକୁ ଯାଉଛି l ଆଉ କିଛି ବସ ପୁରୁଣା ସହରରୁ ଗାଡି ବୁଲାଇ ଚାଲି ଯାଉଛନ୍ତି l ବସ ମାଲିକ କହୁଛନ୍ତି ପରିମିଟିର ସମସ୍ୟା ରହିଛି l ଯେଉଁଥିପାଇଁ ହଇରାଣ ହେଉଛନ୍ତି ସହରବାସୀ। ଏନେଇ ନୟାଗଡ ଜ଼ିଲ୍ଲାପାଳ କହିଛନ୍ତି ବସ ଯାତାୟାତ ପାଇଁ ଶୀଘ୍ର ବ୍ୟବସ୍ଥା କରାଯିବ l

ତେବେବସ ଷ୍ଟାଣ୍ଡର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି ଏଠି ଅଭିଯୋଗ ହେଉଛି ଜ଼ିଲ୍ଲା ପ୍ରଶାସନ ଓ ବିଧାୟକଙ୍କ ନିରବତାକୁ ନେଇ ଏହା କାର୍ଯ୍ୟକ୍ଷମ ହେଉନାହିଁ l

 ଦେବବ୍ରତ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *