ଭାରତ ଉପରେ ନଜର ରଖିଛି ଚୀନ ଡ୍ରୋନ

Spread the love

ନୂଆଦିଲ୍ଲୀ: ତୱାଙ୍ଗ ସୀମାରେ ଭାରତ-ଚାଇନା  ସେନା ସଂଘର୍ଷ ପରେ ଉପଗ୍ରହ ମାଧ୍ୟମରେ ଆଶ୍ଚର୍ଯ୍ୟଜନକ ଚିତ୍ର ସବୁ ଆସିଛି। ଭାରତ ବିରୋଧରେ ସୀମାରେ ଚୀନ ସେନା ପିଏଲଏର ବ୍ୟାପକ ପ୍ରସ୍ତୁତି ଚିତ୍ର ଉପଗ୍ରହରୁ ହାସଲ ହୋଇଛି। ତୱାଙ୍ଗ ସୀମାରେ ଚାଇନା ସେନା ଅସ୍ତ୍ରସସ୍ତ୍ର ଠୁଳ କରିବା, ଡ୍ରୋନ୍‌, ଫାଇଟର ଜେଟ୍‌ ମୁତୟନ କରିବାର ଦୃଶ୍ୟ ଉପଗ୍ରହରେ କଏଦ ହୋଇଛି।  ଏହି ଫାଇଟର ଜେଟ୍‌ ଗୁଡ଼ିକୁ ଚାଇନା ତିବ୍ଦତ ଏୟାର ବେସ୍‌ରେ ଠୁଳ କରିଛି।

କେବଳ ଚୀନ ନୁହେଁ ଭାରତୀୟ ସେନା ପକ୍ଷରୁ ମଧ୍ୟ ସୀମାରେ ଘନଘନ ଏୟାର ପାଟ୍ରୋଲିଂ ହେଉଛି। ଡିସେମ୍ବର ୯ ତାରିଖରେ ତୱାଙ୍ଗରେ ଚୀନ ସେନା ସୀମା ଭିତରକୁ ପସିବାକୁ ଅପଚେଷ୍ଟା କରିବା ପରଠାରୁ ଭାରତୀୟ ସେନା ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ଶତ୍ରୁ ରାଷ୍ଟ୍ରର ସାମରିକ ଉଡ଼ାଣ ଉପରେ ଟିକନିକ୍ ନିଘା ରଖିଛି ସେନା।  ଅରୁଣାଚଳ ପ୍ରଦେଶର ସୀମାରୁ ୧୫୦ କିଲୋମିଟର ଉତ୍ତର-ପୂର୍ବର ଚାଇନାର ବାଙ୍ଗଡା ଏୟାରବେସର ଚିତ୍ର ସାଟେଲାଇଟ୍‌ରେ  କଏଦ ହୋଇଛି।

ଏହି ବେସ୍‌ରେ ଚାଇନା ତାର ଅତ୍ୟାଧୁନିକ WZ-7 ‘ସୋରିଙ୍ଗ ଡ୍ରାଗନ୍‘ ଡ୍ରୋନ୍‌ ଉଡାଉଛି। ୨୦୨୧ ମସିହାରେ ପ୍ରଥମ ଥର ପାଇଁ ଏହି ଡ୍ରୋନ୍‌ ଉନ୍ମୋଚିତ ହୋଇଥିଲା। ଏହି  ଡ୍ରୋନ୍‌ ୧୦ ଘଣ୍ଟା ପର୍ଯ୍ୟନ୍ତ ଉଡିପାରିବାର କ୍ଷମତା ରଖିଛି। ଭାରତର ଗୁଇନ୍ଦାଗିରି କରିବାକୁ ଚୀନ ଏହି ଡ୍ରୋନ ମୁତୟନ କରି ସୀମାରେ ଭାରତର ପ୍ରତି ପଦକ୍ଷେପ ଉପରେ ରଖୁଛି ନଜର। ସେପଟେ ଆସାମ, ମିସାମାରି, ଜୋରହାଟ, ତେଜପୁର,  ହାସିମାରା ପଶ୍ଚିମ ବଙ୍ଗ, ଏବଂ ବାଗଡୋଗ୍ରା ସମେତ ଅନ୍ୟ ପ୍ରମୁଖ ସୀମାବର୍ତ୍ତୀ ଏୟାରବେସ୍‌କୁ ଆଲର୍ଟ କରାଯାଇଛି।   

Leave a Reply

Your email address will not be published. Required fields are marked *