ସେନା ହେଲିକପ୍ଟର ଦୁର୍ଘଟଣ ଗ୍ରସ୍ତ: ୨ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାର କିଛି ଘଟଣା ପରେ ୨ଟି ମୃତଦେହ ମିଳିଛି। ଅପର ସୁଆଙ୍ଗ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ହେଲିକପ୍ଟର ଖସି ପଡିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜି ଥିଲା। ଶୁକ୍ରବାର ପୂର୍ବାହ୍ନ ୧୦ଟା ୪୨ରେ ଏହି ଦୁର୍ଘଟଣା ଘଟିଥିଲା। ଏହା ପୂର୍ବରୁ କିଛି ସପ୍ତାହ ପୂର୍ବରୁ ମଧ୍ୟ ଏକ ଚପର ଦୁର୍ଘଟଣାରେ ଜଣେ ସ୍ଥଳସେନା ପାଇଲଟଙ୍କ ମୃତ୍ୟୁ ହୋଇଥିଲା।

ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ଚପରଟି ଥିଲା ସେନାର ଏକ ଆଡଭାନ୍ସ ଲାଇଟ ଚପର। ଚପର ଦୁର୍ଘଟଣାର ଏକ ଭିଡିଓ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ ସେୟାର କରିଛନ୍ତି, ଯେଉଁଥିରେ ଚପର ମାଟିକୁ ଛୁଇଁବା ବେଳକୁ ନିଆଁ ପିଣ୍ଡୁଳା ଉପରକୁ ଉଠିବା ଦେଖିବାକୁ ମିଳିଛି। ସେନା ପକ୍ଷରୁ ଉଦ୍ଧାରକାରୀ ଦଳ ଦୁର୍ଗମ ଦୁର୍ଘଟଣାସ୍ଥଳରେ ପହଞ୍ଚି ୨ଟି ମୃତଦେହ ଉଦ୍ଧାର କରିଥିବା ବେଳେ ତୃତୀୟ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି ବୋଲି ସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଦୁର୍ଘଟଣଶକୁ ନେଇ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ପକ୍ଷରୁ ଦୁର୍ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ଯାଇଛନ୍ତି ଓ ରାଜ୍ୟ ସରକାର ପକ୍ଷରୁ ସମସ୍ତ ସହାୟତା ଯୋଗଇ ଦିଆଯାଉଛି ବୋଲି ଖାଣ୍ଡୁ କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *