ନୂଆଦିଲ୍ଲୀ: କଲେଜିୟମକୁ ନେଇ ସୁପ୍ରିମ କୋର୍ଟ ଶୁଣାଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। କୋର୍ଟ କହିଛନ୍ତି, ବିଚାରପତିଙ୍କ ନିଯୁକ୍ତିକୁ ନେଇ କଲେଜିୟମରେ କରାଯାଇଥିବା ଚର୍ଚ୍ଚାକୁ ଆରଟିଆଇ ଅନ୍ତର୍ଗତ ସାର୍ବଜନୀନ ଡୋମେନରେ ରଖାଯାଇ ପାରିବ ନାହିଁ। କାରଣ ଚର୍ଚ୍ଚା ଚୂଡାନ୍ତ ନିଷ୍ପତ୍ତି ହୋଇ ନ ଥାଏ। ଏହା ଉପରେ ୧୨ ଡିସେମ୍ବର ୨୦୧୮କୁ ସୁପ୍ରିମ କୋର୍ଟ ଆରଟିଆଇ ଅନ୍ତର୍ଗତ କଲେଜିୟମର ବୈଠକର ବିବରଣୀ ଦେବାକୁ ମନା କରିଥିଲେ।
ସୁପ୍ରିମକୋର୍ଟ କହିଥିଲେ କି, କଲେଜିୟମର ବୈଠକ କୌଣସି ଅନ୍ତିମ ନିଷ୍ପତ୍ତି ନୁହେଁ। ମିଡିଆରେ ଆସୁଥିବା ଖବର ବା କଲେଜିୟମର ସଦସ୍ୟ ରହିଥିବା ପୂର୍ବ ବିଚାରପତିଙ୍କ ଇଣ୍ଟଭ୍ୟୁ ଆଧାରରେ ଆରଟିଆଇ ଅନ୍ତର୍ଗତ ଖୁଲାସା ହୋଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମୁତାବକ ଫାଇନାଲ ସୁଫାରିଶକୁ ସାର୍ବଜନୀନ କରାଯାଉଛି। ଏହା ପରେ ସୁପ୍ରିମକୋର୍ଟ କଲେଜିୟମର ବୈଠକର ଏଜେଣ୍ଡା, ବିବରଣୀ ଓ ପ୍ରସ୍ତାବ ପାଇଁ ଦାବି କରି ହୋଇଥିବା ଯାଚିକା ଖାରଜ କରି ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ବଳବତ୍ତର ରଖିଥିଲେ।
ଆରଟିଆଇ କାର୍ଯ୍ୟକର୍ତ୍ତା ଅଞ୍ଜଳି ଭରଦ୍ବାଜ ଦିଲ୍ଲୀ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ଆରଟିଆଇ ଆଇନ ଅନ୍ତର୍ଗତ ୧୨ ଡିସେମ୍ବର ୨୦୧୮କୁ ସୁପ୍ରିମକୋର୍ଟ କଲେଜିୟମର ବୈଠକର ଏଜେଣ୍ଡା, ବିବରଣୀ ଓ ପ୍ରସ୍ତାବ ଉପରେ ଦାବିପୂର୍ଣ୍ଣ ଯାଚିକାକୁ ଖାରଜ କରାଯାଇଥିଲା। ଦୁଇ ଡିସେମ୍ବରକୁ ବିଚାରପତି ନିଯୁକ୍ତି ନେଇ କଲେଜିୟମ ମାମଲାରେ ସୁପ୍ରିମ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀରେ କହିଥିଲେ କି, ଯେଉଁ ବ୍ୟବସ୍ଥା କାମ କରୁଛି, ତାହାକୁ ପଟରୀରୁ ଓହ୍ଲାଇବାକୁ ଦିଆ ନ ଯାଉ।
କଲେଜିୟମକୁ ନିଜ କାମ କରିବାକୁ ଦିଆଯାଉ। ଆମେ ସବୁଠାରୁ ପାରଦର୍ଶି ସଂସ୍ଥା। କଲେଜିୟମର ପୂର୍ବତନ ସଦସ୍ୟମାନଙ୍କର ନିଷ୍ପତ୍ତି ଉପରେ ଟିପ୍ପଣୀ କରିବାର ଫାସନ ହୋଇଯାଇଛି। ଜଷ୍ଟିସ ଏମ ଆର ଶାହ ଓ ଜଷ୍ଟିସ ସିଟି ରବିକୁମାରଙ୍କ ବେଞ୍ଜ ଟିପ୍ପଣୀ କରି ଆରଟିଆଇ କାର୍ଯ୍ୟକର୍ତ୍ତା ଅଞ୍ଜଳି ଭରଦ୍ବାଜଙ୍କ ଯାଚିକା ଉପରେ ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ।
ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଆତ୍ମକଥା ‘ଜଷ୍ଟିସ ଫର ଦ ଜଜ’ ଅନୁସାରେ ରାଜସ୍ଥାନ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ ପ୍ରଦୀପ ନନ୍ଦରାଜୋଗ ଓ ଦିଲ୍ଲୀ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ ରାଜେନ୍ଦ୍ର ମେନନଙ୍କ ନାମ ୧୨ ଡିସେମ୍ବର ୨୦୧୮ କଲେଜିୟମର ବୈଠକରେ ସୁପ୍ରିମକୋର୍ଟରେ ପଦୋନ୍ନତି ପାଇଁ ମଞ୍ଜୁରୀ ମିଳିଥିଲା।
ପୁସ୍ତକରେ କୁହାଯାଇଥିଲା କି, ଏହି ମାମଲା କଥିତ ରୂପେ ଲିକ ହୋଇ ଯାଇଥିଲା, ଯାହା ପରେ ୧୫ ଡିସେମ୍ବର ୨୦୧୮କୁ ଆରମ୍ଭ ହୋଇଥିବା ଶୀତକାଳୀନ ଅବକାଶ କାରଣରୁ ଏହି ମାମଲାକୁ ସିଜେଆଇ ଗୋଗୋଇ ୨୦୧୯ ଜାନୁଆରୀରେ ଶୀତଳ ଭଣ୍ଡାରରେ ପକାଇ ଦେଇଥିଲେ। ଜାନୁଆରୀ ୨୦୧୯ରେ ଜଷ୍ଟିସ ମଦନ ବି ଲୋକୁରଙ୍କ ସେବାନିବୃତ୍ତି ପରେ ଏକ ନୂଆ କଲେଜିୟମର ଗଠନ କରାଯାଇଛି। ପୁସ୍ତକ ମୁତାବକ ନୂଆ କଲେଜିୟମ ୧୦ ଜାନୁଆରୀ ୨୦୧୯କୁ ନିଜ ପ୍ରସ୍ତାବରେ ସୁପ୍ରିମକୋର୍ଟରେ ପଦୋନ୍ନତି ପାଇଁ ଜଷ୍ଟିସ ନନ୍ଦରାଯୋଗ ଓ ଜଷ୍ଟିସ ମେନନଙ୍କ ନାମକୁ ମଞ୍ଜୁରୀ ଦେଇ ନ ଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now