ଅଙ୍କିତା ହତ୍ୟା: କେନ୍ଦ୍ରୀୟ ନେତୃତ୍ବଙ୍କୁ ରିପୋର୍ଟ କଲେ ଧାମୀ

Spread the love

 ନୂଆଦିଲ୍ଲୀ: ବିଜେପିର ଶୀର୍ଷ ନେତୃତ୍ବଙ୍କୁ ଅଙ୍କିତା ଭଣ୍ଡାରୀ ହତ୍ୟା ଘଟଣାରେ ସୂଚିତ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମୀ ନୂଆଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ଦଳର ମହାସଚିବ ବିଏଲ ସନ୍ତୋଷଙ୍କୁ ଅଙ୍କିତା ହତ୍ୟାକାଣ୍ଡ ସମ୍ବନ୍ଧିତ ସମସ୍ତ ତଥ୍ୟ ଦେଇଛନ୍ତି। ଏହା ପୂର୍ବରୁ ପୀଡିତାର ପରିବାରକୁ ରାଜ୍ୟ ସରକାର ପକ୍ଷରୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି।

ଝାଡଖଣ୍ଡର ୧୯ ବର୍ଷୀୟା ଅଙ୍କିତା ଭଣ୍ଡାରୀ ହତ୍ୟା ଘଟଣା ରାଜ୍ୟରେ ତୀବ୍ର ରୂପ ନେଇଛି। ଏହି ଘଟଣାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟ ତଥା ରିସୋର୍ଟ ମ୍ୟାନେଜର ସୌରଭ ଭାସ୍କର, ଆସିଷ୍ଟାଣ୍ଟ ମ୍ୟାନେଜର ସମ୍ପୃକ୍ତ ଅଛନ୍ତି। ତେଣୁ ଅଙ୍କିତା କାମ କରୁଥିବା ପୁଲକିତଙ୍କ ରୁଷିକେଶ ରିସୋର୍ଟକୁ ସରକାର ପକ୍ଷରୁ ଭାଙ୍ଗି ଦେଇଥିବା ବେଳେ ଏସମ୍ପର୍କରେ ସୂଚନା ଦେଇଛନ୍ତି ଧାମୀ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଥିବା ଧାମୀ ଜଣାଇଛନ୍ତି। ମାମଲା ଫାଷ୍ଟ ଟ୍ରାକ୍ କୋର୍ଟରେ ଚାଲିଛି।

ହତ୍ୟା ପରେ ଅଙ୍କିତାଙ୍କ ପରିବାର ବର୍ଗ ଓ ସ୍ଥାନୀୟ ଲୋକେ ଶବ ସଂସ୍କାର କରିବାକୁ ମନା କରିଦେଇଥିଲେ। ରସୋର୍ଟ ଭଙ୍ଗାଯାଇ ସେଠାରୁ ଅଙ୍କିତାଙ୍କ ହତ୍ୟା ସମ୍ବନ୍ଧିତ ସମସ୍ତ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ବର୍ଗ।

Leave a Reply

Your email address will not be published. Required fields are marked *