କୁକୁର କାମୁଡାରେ ୮୦ରୁ ଅଧିକ ଆହତ

Spread the love

ଭୋଜପୁର: ବିହାରର ଆରହ ହସ୍ପିଟାଲକୁ ଆସିଛି ୮୦ରୁ ଅଧିକ  କୁକୁର କାମୁଡା ମାମଲା। ଗୁରୁବାର ଦିନ ଆରହ ହସ୍ପିଟାଲକୁ ବହୁ ଲୋକ କୁକୁର କାମୁଡାର ଶିକାର ହୋଇ ଚିକିତ୍ସା ପାଇଁ ଆସିଥିଲେ। ସମସ୍ତଙ୍କୁ ଗୋଟିଏ ବୁଲା କୁକୁର କାମୁଡିଥିଲା। ଏହା ପରେ ଲୋକେ ଗୁରୁବାର ରାତିରେ ସେହି କୁକୁରକୁ ବାଡେଇ ମାରିଦେଇଥିବା ଆରହ ଅଧିକାରୀ ସୂଚନା ଦେଇଛନ୍ତି।

ଗୁରୁବାର ହସ୍ପିଟାଲ ଆସିଥିବା ୮୦ ଜଣଙ୍କ ମଧ୍ୟରେ ୧୨ ଜଣ ଶିଶୁ ମଧ୍ୟ ଥିଲେ। ରୋଗୀଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିବା ସୂଚନା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। କୁକୁର କାମୁଡିବା ସୂଚନା ମିଳିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁକୁର ଧରିବାକୁ ଏକ ଟିମ ଶୁକ୍ରବାର ପଠାଯାଇଥିବା ବେଳେ କିନ୍ତୁ ଗୁରୁବାର ମଧ୍ୟରାତ୍ରୀରେ କୁକୁରକୁ ବାଡେଇ ବାଡେଇ ମାରି ଦେଇଛନ୍ତି।

ତେବେ ଏହି କୁକୁର ୧୧୦ରୁ ୧୨୦ ଲୋକଙ୍କୁ କାମୁଡିଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ହୋଇପଡି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗୁରୁବାର ଦିନ କେବଳ ୮୬ ଲୋକଙ୍କୁ ରେବିଜ ଇଞ୍ଜେକ୍ସନ ଦିଆଯାଇଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *