ଦେଶରେ ଗତ ୩ ବର୍ଷରେ ବୃଦ୍ଧି ପାଇଛି ଦୁଷ୍କର୍ମ ମାମଲା

Spread the love

ନୂଆଦିଲ୍ଲୀ: ଦେଶରେ ଗତ ତିନି ବର୍ଷରେ ଯୌତୁକ, ଦୁଷ୍କର୍ମ ଓ ଦୁଷ୍କର୍ମ ଉଦ୍ୟମ ପରି ଅଭିଯୋଗରେ ଅଭିବୃଦ୍ଧି ହୋଇଛି। ଜାତୀୟ ମହିଳା କମିଶନ ନିକଟରେ ଏହି ଅଭିଯୋଗ ହୋଇଥିବା କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ଡବ୍ଲୁସିଡି ମନ୍ତ୍ରୀ ସ୍ମୃତି ଇରାନି କହିଛନ୍ତି କି, ବିଗତ ୩ ବର୍ଷରେ ଦେଶରେ ଯୌତୁକ, ଦୁଷ୍କର୍ମ ବା ଦୁଷ୍କର୍ମ ଉଦ୍ୟମକୁ ନେଇ ଅଧିକ ମାମଲା ମହିଳା କମିଶନଙ୍କ ନିକଟରେ ରୁଜୁ ହୋଇଛି।  ୨୦୨୨ରେ ୩୫୭ ଯୌତୁକ ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ୨୦୨୧ରେ ୩୪୧ ଓ ୨୦୨୦ରେ ୩୩୦ ଯୌତୁକ ମାମଲା ଆସିଥିଲା ମହିଳା କମିଶନ ନିକଟକୁ।

ସେହିପରି ୨୦୨୨ରେ ୧,୭୧୦ ଦୁଷ୍କର୍ମ ଓ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଥିବା ବେଳେ ୨୦୨୧ରେ ୧,୬୮୧ ଓ ୨୦୨୦ରେ ୧,୨୩୬ ମାମଲା ରୁଜୁ ହୋଇଥିଲା। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଇରାନୀ କହିଛନ୍ତି କି, ଚଳିତ ବର୍ଷ ଜାନୁଆରୀ ସୁଦ୍ଧା ୨୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୭୬୪ ଫାଷ୍ଟ ଟ୍ରାକ ସ୍ପେସାଲ କୋର୍ଟ ସହ ୪୧୧ ଇ-ପକ୍ସୋ କୋର୍ଟରେ ୧,୪୪,୦୦ ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ଆହୁରି ୧,୯୮,୦୦୦ ମାମଲା ଏହି ସବୁ କୋର୍ଟରେ ପଡିରହିଛି।

Leave a Reply

Your email address will not be published. Required fields are marked *