ସିନ୍ଦେଙ୍କ ଜୀବନ ପ୍ରତି ବିପଦ

Spread the love

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଜୀବନ ପ୍ରତି ରହିଛି ବିପଦ। ଗୁଇନ୍ଦା ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଜୀବନ ପ୍ରତି ବିପଦ ରହିଥିବା ସୂଚନା ମିଳିଛି। ଏହା ପରେ ସିନ୍ଦେଙ୍କ ସୁରକ୍ଷାକୁ ଆହୁରି କଡା କରାଯାଇଛି।

ରାଜ୍ୟ ଗୁଇନ୍ଦା କମିଶନର ଆଶୁତୋଷ ଡୁମ୍ବାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଜୀବନ ପ୍ରତି ବିପଦ ଥିବା ସୂଚନା ଦେଇଛନ୍ତି। କମିଶନର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଅତିରିକ୍ତ ସୁରକ୍ଷା ଯୋଗାଇ ଦିଆଯାଇଛି। ତାଙ୍କୁ ଜେଡ ପ୍ଲୁସ ସୁରକ୍ଷା ଦିଆଯାଇଛି। ତାଙ୍କ ଜୀବନ ପ୍ରତି ବିପଦର ସୂଚନା ମିଳିବା ପରେ ତାଙ୍କ ସୁରକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ କରାଯାଇଛି। ସିନ୍ଦେଙ୍କ ନିଜ ଆବାସ ଓ ମୁମ୍ବାଇର ଅଧିକାରିକ ଆବାସର ସୁରକ୍ଷା ବଢାଇ ଦିଆଯାଇଛି।

ସୂଚନା ଯୋଗ୍ୟ, ସିନ୍ଦେ ୫ ଅକ୍ଟୋରବରକୁ ମୁମ୍ବାଇର ଏମଏମଆରଡିଏ ପଡିଆରେ ନିଜ ପ୍ରଥମ ଦଶହରା ରାଲିକୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ଗତବର୍ଷ ଅକ୍ଟୋବରରେ ମଧ୍ୟ ତାଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଥିଲା। ସେତେବେଳେ ସନ୍ଦେହ କରାଯାଇଥିଲା କି, ନକ୍ସଲମାନେ ଧମକପୂର୍ଣ୍ଣ ଚିଠି ଦେଇଥିଲେ। କାରଣ ସେ ସହର ବିକାଶ ମନ୍ତ୍ରୀ ଓ ନକ୍ସଲ ପ୍ରଭାବିତ ଗଢଚିରୋଲି ଜିଲ୍ଲାର ସଂରକ୍ଷକ ମନ୍ତ୍ରୀ ଥିଲେ।

Leave a Reply

Your email address will not be published. Required fields are marked *