ଉତ୍ସବ ବେଳେ ଅଚାନକ ହିଂସ୍ର ହୋଇଉଠିଲା ହାତୀ। ଶୁଣ୍ଢରେ କଚାଡି ପିଙ୍ଗିଲା ଅନେକଙ୍କୁ। କେରଳର ମାଲାପୁରମରେ ପୁଥିୟାଙ୍ଗଡ଼ି ବାର୍ଷିକ ନେରଚ୍ଚା ଉତ୍ସବରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଶୁଣ୍ଢରେ ୪ ଥର ଉଠାଇ ୧୦ଫୁଟ୍ ଉପରକୁ ନେଇ ଫିଙ୍ଗିଲା। ପୀଡିତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମଙ୍ଗଳବାର ରାତି ସାଢ଼େ ୧୨ଟାରେ ଏହା ଘଟିଛି। ସ୍ଥାନୀୟ ଉତ୍ସବ ନେରଚ୍ଚାରେ ଶତାଧିକ ଲୋକ ସାମିଲ୍ ହୋଇଥିଲେ। ଏହାରି ଭିତରେ ୪ଟି ହାତୀ ସୁସଜ୍ଜିତ ହୋଇ ରହିଥିଲେ। କିନ୍ତୁ ଏମାନଙ୍କ ଭିତରୁ ଗୋଟିଏ ହାତୀ ଅଚାନକ ହିଂସ୍ର ହୋଇ ଉଠିଥିଲା। ମାଲାପୁରମର ତିରୁରରେ ପ୍ରତି ବର୍ଷ ନେରଚା ଉତ୍ସବ ପାଳନ ହୁଏ। ପଲକ୍କଡ ଜିଲ୍ଲାର ପଟ୍ୱାମ୍ୱି ମସଜିଦ୍ରେ ଶତାଧିକ ଲୋକ ସାମିଲ୍ ହୋଇଥିଲେ। ବୁଧବାର ପ୍ରବଳ ଭିଡ଼ ହୋଇଥିଲା। ହିଂସ୍ର ହାତୀର ଏଭଳି ଆଚରଣ ପରେ ବହୁ କଷ୍ଟରେ ମାହୁନ୍ତ ହାତୀକୁ କାବୁ କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now