ନୂଆବର୍ଷ ପାଇଁ ସବୁଆଡେ ଭିଡ

Spread the love

() ନୂଆ ବର୍ଷ ପାଳନ ଲାଗି ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀରେ ଅସମ୍ଭାଳ ଭିଡ଼। ବର୍ଷର ଶେଷ ଦିନ ହେତୁ, ସମସ୍ତେ ନିଜ ନିଜ ଢଙ୍ଗରେ ଏହାକୁ ସାକ୍ଷୀ ରଖିବାକୁ ଯାଇ ନିଆରା ଉପାୟରେ ପାଳିବାକୁ ଚେଷ୍ଟା କରିଛନ୍ତି। ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ।

ବର୍ଷ ଶେଷର ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏ। ନୂଆ ବର୍ଷର ଆଗମନକୁ ନେଇ ଅନେକ ଆଶା,ଆକାଙ୍କ୍ଷା ଭିତରେ ୨୨କୁ ବିଦାୟ ଦେବାର ମୂହୂର୍ତ୍ତକୁ ସ୍ମରଣୀୟ ପାଇଁ ସବୁଠି ନାହିଁ ନଥିବା ଉତ୍ସାହ। ନୂଆ ବର୍ଷ ପାଳିବାକୁ ମନାଲିରେ ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି ସ୍ଥିତି ଏମିତି ଥିଲା କି, ଅନେକ କିଲୋମିଟର ଯାଏ ଗାଡ଼ିର ଲମ୍ୱା ଲାଇନ ଲାଗିଥିଲା। ଟ୍ରାଫିକ ନିୟନ୍ତ୍ରଣ ଲାଗି ନାକେଦମ୍ ହୋଇଥିଲା ପ୍ରଶାସନ। ମାତା ବୈଷ୍ଣୋଦେବୀ ମନ୍ଦିରରେ ଶନିବାର ଭୋରରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପ୍ରବଳ ଶୀତକୁ ଖାତିର ନ କରି ପିଲା ଛୁଆଙ୍କୁ ଧରି ଜୟା ମାତାଦି ନାରା ଲଗାଇ ଶ୍ରଦ୍ଧାଳୁ ଧାଇଁଆସିଛନ୍ତି ମନ୍ଦିରକୁ। ମାତା ବୈଷ୍ଣୋଦେବୀଙ୍କ ଆଶୀର୍ବାଦରୁ ନୂଆ ବର୍ଷ ଭଲରେ କଟୁ ବୋଲି ଅନେକ ମନାସିଛନ୍ତି। ଗଲା ବର୍ଷ ଜାନୁଆରୀ ପହିଲାରେ ବୈଷ୍ଣୋଦେବୀ ମନ୍ଦିରରେ ଦଳାଚକଟାରେ ୧୨ ଜଣଙ୍କ ଜୀବନ ଯାଇଥିଲା ଓ ଅନେକ ଆହତ ହୋଇଥିଲେ। ଏଭଳି ଘଟଣାର ଏଥର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିଲାଗି ପ୍ରଶାସନ ଆଲର୍ଟ ରହିଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ପୁଲିସ ମୁତୟନ ହୋଇଛି।

ନୂଆ ବର୍ଷ ପାଇଁ ଗେଟଓ୍ୱେ ଅଫ ଇଣ୍ଡିଆରେ ପ୍ରବଳ ଭିଡ଼କୁ ଲକ୍ଷ୍ୟ ରଖି ମୁମ୍ୱାଇ ପୁଲିସ ବ୍ୟାପକ ଫୋର୍ସ ମୁତୟନ କରିଛି। ପ୍ରତିବର୍ଷ ନୂଆବର୍ଷକୁ ସ୍ୱାଗତ କରିବାକୁ ହଜାର ହଜାର ଲୋକଙ୍କ ସମାଗମ ଏଠାରେ ହୁଏ। ସୁରକ୍ଷା ଦୃଷ୍ଟିରୁ ଗେଟ୍ ଓ୍ୱେ ଅଫ ଇଣ୍ଡିଆ ଦେଇ ଡିସେମ୍ୱର ୩୧ ଅପରାହ୍ନ ୨ଟା ପରଠୁ କୌଣସି ବୋଟ୍ ଚଳାଚଳକୁ ଅନୁମତି ଦେଇନି ପୁଲିସ।

ସେଲିବ୍ରେସନ ପାଇଁ ସଡ଼କ ନିରାପତ୍ତା ଓ ଲୋକଙ୍କ ସୁରକ୍ଷାକୁ କୌଣସିମତେ କମ୍ପ୍ରମାଇଜ୍ କରାଯିବନି ବୋଲି ଅପିଲ୍ କରିଛନ୍ତି କମିଶନର। ଚଳିତ ବର୍ଷ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇନି ମୁମ୍ୱାଇ ପୁଲିସ। କିନ୍ତୁ ସମ୍ୱେଦନଶୀଳ ଏରିଆ ପାଖରେ ଫୁଟାଇବାକୁ ଅନୁମତି ନାହିଁ। ମଦୁଆ ଚାଳକ, ଷ୍ଟଣ୍ଟ ବାଇକରଙ୍କୁ ସାବାଡ଼ କରିବାକୁ ଦିଲ୍ଲୀ ପୁଲିସ କଡ଼ା ଅଙ୍କର ଜରିମାନା ଲଦିବ। ବେଙ୍ଗାଲୁରୁରେ ଜାନୁଆରୀ ୧ ରାତି ଗୋଟାଏ ସୁଦ୍ଧା ଜିରୋ ନାଇଟ୍ ସେଲିବ୍ରେସନ ସରିବ। ନୂଆବର୍ଷ ସେଲିବ୍ରେସନ ଜାନୁଆରୀ ୨ ରାତି ଗୋଟାଏ ସୁଦ୍ଧା ସାରିବାକୁ କୁହାଯାଇଛି। ସହରରେ ଅତିରିକ୍ତ ସିସିଟିଭି ଓ ଡ୍ରୋନ କ୍ୟାମେରା ଲଗାଯାଇଛି।

କ୍ରିକେଟର ବିରାଟ କୋହଲି ପତ୍ନୀ ଅନୁଷ୍କା ଓ ଝିଅ ଭାମିକାଙ୍କ ସହ ବର୍ଷ ଶେଷର ସୂର୍ଯ୍ୟୋଦୟର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। କୋହଲି ଦମ୍ପତ୍ତି ଏଥର ନୂଆବର୍ଷ ପାଳିବାକୁ ଦୁବାଇରେ ଅଛନ୍ତି। ସୁଇଜରଲ୍ୟାଣ୍ଡରେ ନୂଆବର୍ଷ ପାଳିବାକୁ ପ୍ଲାନ୍ କରିଛନ୍ତି ସୈଫ ଅଲ୍ଲୀ ଓ କରିନା କପୁର। କାର୍ତ୍ତିକ ଆର୍ୟ୍ୟାନ, ହ୍ରିତିକ୍ ରୋଷନ, ହ୍ରିତିକଙ୍କ ଗାର୍ଲଫ୍ରେଣ୍ଡ ସାବା ଆଜାଦ୍ ପ୍ରମୁଖ ପାରିସରେ ନୂଆବର୍ଷ ସେଲିବ୍ରେସନ କରିବେ। ସେହିଭଳି ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ ରାଜସ୍ଥାନରେ ନୂଆବର୍ଷ ପାଳିବାକୁ ଯାଇଛନ୍ତି।

 ୨୦୨୩ରେ ପ୍ରଥମ ଥର ଷ୍ଟାର କିଡ୍‌ସ ନୂଆ ବର୍ଷ ପାଳିବେ। ପ୍ରିୟଙ୍କା ଚୋପ୍ରା-ନିକି ଜୋନ୍ସ, ଆଲିଆ-ରଣବୀର କପୁର, ସୋନମ- ଆନନ୍ଦ ଆହୁଜା, ବିପାଶା- କରନ ସିଂ ଗ୍ରୋଭର ଯୋଡ଼ି ପ୍ରଥମ ଥର ପରିବାରର ନୂଆ ମେମ୍ୱରଙ୍କ ସହ ନୂଆ ବର୍ଷ ପାଳିବେ। ଏହା ସହ ଟିଭିର ଫେଭୋରାଇଟ ଯୋଡ଼ି ଭାରତୀ ସିଂ ଓ ହର୍ଷ ସେମାନଙ୍କର ପ୍ରଥମ ସନ୍ତାନ ଗୋଲା ସହ ନୂଆବର୍ଷ ପାଳିବାକୁ ଯାଉଛନ୍ତି।

ପ୍ରଦୀପ ନାୟକ

Leave a Reply

Your email address will not be published. Required fields are marked *