ଶବାଗାରରେ ମୁଷା

Spread the love

ସାଗର: ମଧ୍ୟପ୍ରଦେଶର ସାଗର ଜିଲ୍ଲା ହସ୍ପିଟାଲର ଶବାଗାରରୁ ମୃତକଙ୍କ ଆଖି ଗାଏବ ହୋଇଯାଇଛି।ଗୁରୁବାର ସକାଳୁ ସକାଳୁ ଏହା ଜଣାପଡିଥିଲା। ଗୁରୁବାର ସକାଳୁ ଯେତେବେଳେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଫ୍ରିଜରୁ ବାହାର କରାଯାଇଥିଲା, ମୃତଦେହର ଗୋଟିଏ ଆଖି ନଥିଲା। ତେବେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ଏହି ଶବାଗାରରେ। ଏହି ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ମୁଷା ଆଖି ନେଇଯାଇଛି।

ସାଗର ଜିଲ୍ଲାର ସିଭିଲ ଥାନା ଅଧୀନ କିଶୋର ନ୍ୟାୟାଳୟ ପଛରେ ରହୁଥିବା ରମେଶ ଅହିରଭାର ୧୫ ଜାନୁଆରୀରୁ ନିଖୋଜ ହୋଇଯାଇଥିଲେ। ପୁଲିସକୁ ୧୬ ଜାନୁଆରୀଠାରୁ ରମେଶ ଆହତ ଅବସ୍ଥାରେ ମିଳିଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ୧୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତଦେହର ଚିହ୍ନଟ ହୋଇନଥିବାରୁ ଦୁଇ ଦିନ ଧରି ତାକୁ ଶବାଗାରର ଡିଫ୍ରିଜରେ ରଖାଯାଇଥିଲା। ଗୁରୁବାର ମୃତକଙ୍କ ପରିବାର ପକ୍ଷରୁ ମୃତଦେହ ଚିହ୍ନଟ ପାଇଁ ଆସିଥିଲେ। ହେଲେ ସେତେବେଳକୁ ଗୋଟିଏ ଆଖି ଗାଏବ ଥିଲା।

ଏହାକୁ ନେଇ ପରିବାର ପକ୍ଷରୁ ହସ୍ପିଟାଲ କତ୍ତୃପକ୍ଷଙ୍କ ଦ୍ବାରା ଆଖି ତସ୍କରୀ ନେଇ ଅଭିଯୋଗ ହୋଇଥିଲା। ହେଲେ ହସ୍ପିଟାଲ ପକ୍ଷରୁ କୁହାଯାଇଛି କି, ଡିଫ୍ରିଜ ଭିତରେ ମୁଷା ପଶି ଆଖି ଖାଇ ଦେଇଛି।

ହେଲେ ଏହା ପୂର୍ବରୁ ୪ ଜାନୁଆରୀରେ ସମାନ ସ୍ଥିତି ଶବାଗାରରେ ଦେଖିବାକୁ ମିଳିଥିଲା। ଏହାକୁ ନେଇ ତମ୍ବିତୁଫାନ ହେବାରୁ ସିଏମଏଚଓ ଡା ମମତା ତିମୋରୀ ଏକ ଯାଞ୍ଚ ସମିତି ଗଠନ କରି  ମାମଲାର ଯାଞ୍ଚ ନିର୍ଦ୍ଦେଶ ଦେଇ ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲେ। ହେଲେ ଏଯାଏଁ ଯାଞ୍ଚର ରିପୋର୍ଟ ଆସିପାରୁ ନାହିଁ।

Leave a Reply

Your email address will not be published. Required fields are marked *