ମାଂସ ଖିଆ ବ୍ୟାକ୍ଟେରିଆ ସଂକ୍ରମଣରେ ଜଣଙ୍କ ମୃତ୍ୟୁ

 କୋଲକାତା: ମାଂସ ଖାଉଥିବା ବ୍ୟାକ୍ଟେରିଆ ସଂକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ। କୋଲକାତାରେ ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏନେଇ କୋଲକାତାସ୍ଥିତ ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।  ହସ୍ପିଟାଲ ରିପୋର୍ଟ ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ମାଂସ ଖାଉଥିବା ବ୍ୟାକ୍ଟେରିୟା ସଂକ୍ରମଣରୁ ମୃତ୍ୟୁ ହୋଇଛି। ଡାକ୍ତରୀ ଭାଷାରେ ଏହାକୁ ନେକ୍ରୋଟାଇଜିଂଙ୍ଗ ଫାସିସାଇଟିସ କୁହାଯାଉଛି। ଏହି ବ୍ୟାକ୍ଟେରିଆ ତ୍ବଚା ଓ ତାର ତଳ ଟିସୁରେ ହେଉଥିବା ସଂକ୍ରମଣ। ଏହା ଦ୍ରୁତ ଗତିରେ ସଂକ୍ରମିତ ହୋଇଥାଏ। ଏହାର ସଠିକ ସମୟରେ ଚିହ୍ନଟ ଓ ଚିକିତ୍ସା ନ ହେଲେ ବ୍ୟକ୍ତିର ମୃତ୍ୟୁ ହୋଇପାରେ।

ମୃତକ ପଶ୍ଚିମ ବଙ୍ଗର ମୃଣ୍ମୟ ରାୟ। ନିକଟରେ ଟ୍ରେନରୁ ଖସି ପଡିଥିଲେ ରାୟ। ଏଥିରେ ଏକ ଲୁହା ରଡ ରାୟଙ୍କ ହିପର ତଳେ ଲାଗି କଟିଯାଇଥିଲା। ଏହା ପରେ ରାୟଙ୍କର ଚିକତ୍ସା ହୋଇଥିଲା। କିନ୍ତୁ କୌଣସି ସୁଫଳ ମିଳି ନ ଥିଲା।  ଏହା ପରେ ସେ ଆରଜିକେଏମସିଏଚରେ ଚିକିତ୍ସିତ ହୋଇଥିଲେ ଓ ତାଙ୍କ ମୃତ୍ୟୁ ହୋଇଛି। ଡାକ୍ତରମାନେ କହିଛନ୍ତି କି, ଯେତେବେଳେ ରାୟଙ୍କୁ ହସ୍ପିଟାଲ ଅଣାଯାଇଥିଲା ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କଠାରେ ଗୁରୁତର ସ୍ବାସ ଜନିତ ସମସ୍ୟା ଦେଖାଦେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେ ଭେଣ୍ଟିଲେଟରରେ ଥିଲେ। ଯାଞ୍ଚ ପରେ ସେ ନେକ୍ରୋଟାଇଜିଂଗ ଫାସିସାଇଟିସରେ ସଂକ୍ରମିତ ଥିବା ଜଣାପଡିଥିଲା।

ହସ୍ପିଟାଲର ସର୍ଜରୀ ପ୍ରଫେସର ହିମାଂଶୁ ରାୟ କହିଛନ୍ତି କି, ମୃତକଙ୍କୁ ହସ୍ପିଟାଲକୁ ଅଣାଯିବା ବେଳକୁ ସେ ଘାତକ ବ୍ୟାକ୍ଟେରିଆର ଦ୍ବାରା ଗମ୍ଭୀର ରୂପେ ସଂକ୍ରମିତ ହୋଇସାରିଥିଲେ। ଲୁହା ରଡ ପସିବା ଦ୍ବାରା ଏହି ଭ୍ୟାକ୍ଟେରିଆ  ତାଙ୍କ ଶରୀରର ନିମ୍ନ ଭାଗ ଦେଇ ଜନନାଙ୍ଗକୁ ଖାଇ ଦେଇଥିଲା। ବହୁ ଚେଷ୍ଟା ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବ ନଥିଲା ବୋଲି କହିଛନ୍ତି ପ୍ରଫେସର ରାୟ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *