ଆସାମ ବନ୍ୟା

Spread the love

 ଆସାମରେ ଜାରି ରହିଛି ବନ୍ୟାସ୍ଥିତି। ବନ୍ୟା ଜଳରେ ନାଗାଓଁରେ ଏକ ପୋଲ ଭାସି ଯାଇଛି। ଭାସିଯାଇଥିବା ପୋଲ ନାଗାଓଁ ଅଞ୍ଚଳରେ କାମପୁର ଓ କାଠିଆତାଲିକୁ ସଂଯୋଗ କରୁଥିଲା। ଏବେ ମଧ୍ୟ ଆସାମରେ ବର୍ଷା ଜାରି ରହିଛି। ଆସାମର ୧୧ ଜିଲ୍ଲାର ୯ ଲକ୍ଷ ଲୋକ ପାଣି ଘେରରେ ରହିଛନ୍ତି।  ଏପର୍ଯ୍ୟନ୍ତ ୧୯୦ ଲୋକଙ୍କ ମୃତ୍ୟୁ ହୋଇଛି।

ରାଜ୍ୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ ଅନୁଯାୟୀ, ହେଲାକାଣ୍ଡି, କାମପୁର, କରିମଗଞ୍ଜ, ବିଜଲୀ, କଛାର, ଚିରାଙ୍ଗ, ଡିବ୍ରୁଗଡ, ମୋରିଗାଓଁ, ନଗାଓଁ, ଶିବସାଗର ଓ ତାମୁଲପୁର ଜିଲ୍ଲାରେ ଏବେ ମଧ୍ୟ ବନ୍ୟା ଜଳ ଭରି ରହିଛି। ଏହାର ପ୍ରଭାବରେ ଏହି ସବୁ ଜିଲ୍ଲାର  ପ୍ରାୟ ୮ଲକ୍ଷ ୮୮ହଜାର୧୭୭ ଲୋକ ଜଳ ଘେରରେ ରହିଛନ୍ତି। ବନ୍ୟାରେ ସବୁଠାରୁ ଦର୍ଦଶା ଭୋଗୁଛି କଛାର ଜିଲ୍ଲା। କଛାରରେ ୫.୬୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ମୋରିଗାଓଁ ଓ ନଗାଓଁରେ ଯଥାକ୍ରମେ ୧.୫୨ ଲକ୍ଷ ଓ ୧୪୫ ଲକ୍ଷ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *