ଗୋଧ୍ରା ଟ୍ରେନ ପୋଡି ମାମଲା: ଚ୍ୟାଲେଞ୍ଜ ପିଟିଶନ ଉପରେ ଶୁଣାଣି

Spread the love

ନୂଆଦିଲ୍ଲୀ: ଶନିବାର ଗୋଧ୍ରା ଟ୍ରେନ ପୋଡି ଘଟଣାରେ କିଛି ଦୋଷୀଙ୍କୁ ଜାମିନ ପ୍ରଦାନକୁ ବିରୋଧ କରି ଗୁଜୁରାଟ ସରକାର ଦ୍ବାରା ଦାୟର ଯାଚିକା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଘଟଣାରେ ଦୋଷୀଙ୍କ ଭୂମିକା ସ୍ପଷ୍ଟ କରିବାକୁ ରାଜ୍ୟ ସରକାରକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଏହି ଅବସରରେ କହିଛନ୍ତି କି, ପଥମାଡ ଘଟଣାର ଦୋଷୀଙ୍କ ଜାମିନ ଯାଚିକା ଉପରେ ବିଚାର କରାଯାଇପାରେ । କାରଣ ଦୋଷୀମାନେ ୧୭ରୁ ୧୮ ବର୍ଷ ଜେଲରେ କାଟି ସାରିଛନ୍ତି।

ଏହା ଉପରେ ଗୁଜୁରାଟ ସରକାରଙ୍କ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେତା କହିଛନ୍ତି କି, ଦୋଷୀମାନେ ଟ୍ରେନ ଉପରେ ପଥର ପକାଇବାରୁ ଜଳୁଥିବା ଟ୍ରେନ କୋଚରୁ ଲୋକମାନେ ବାହାରି ପାରିନ ଥିଲେ। ତେଣୁ ଏହା କେବଳ ପଥର ମାଡର ଘଟଣା ନ ଥିଲା, ତେଣୁ ସେହି ଦୋଷୀମାନଙ୍କ ବ୍ୟକ୍ତିଗତ ଭୂମିକାର ଯାଞ୍ଚ କରିବେ ଓ ବେଞ୍ଚକୁ ଅବଗତ କରାଇବେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୫ ରେ ହେବ।

୨୦୧୭ ଅକ୍ଟୋବରରେ  ଗୁଜୁରାଟ ହାଇକୋର୍ଟ ଗୋଧରା ଟ୍ରେନ ପୋଡି ମାମଲାରେ ୧୧ ଦୋଷୀଙ୍କୁ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିଥିଲେ। ମାମଲାର ଅନ୍ୟ ୨୦ ଦୋଷୀଙ୍କ ଆଜୀବନ କାରାଦଣ୍ଡକୁ ବଳବତ୍ତର ରଖାଯାଇଥିଲା। ସୁପ୍ରିମକୋର୍ଟ ୧୧ ନଭେମ୍ବରକୁ ଜଣେ ଦୋଷୀଙ୍କୁ  ହୋଇଥିବା ଅନ୍ତରୀଣ ଜାମିନ ଅବଧିକୁ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢାଇ ଦେଇଥିଲେ।

Leave a Reply

Your email address will not be published. Required fields are marked *