ହାଥରସ ଗଣଦୁଷ୍କର୍ମ ଓ ହତ୍ୟା: ୪ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଦୋଷୀ ସାବ୍ୟସ୍ତ

Spread the love

ଲକ୍ଷ୍ନୌ:  ଉତ୍ତର ପ୍ରଦେଶର ହାଥରସରେ ହୋଇଥିବା ଦଳିତ ଯୁବତୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଲା ରାୟ। ଉତ୍ତର ପ୍ରଦେଶ କୋର୍ଟ  ମାମଲାର ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ଙ୍କୁ କରିଛନ୍ତି ଦୋଷମୁକ୍ତ। ମୁଖ୍ୟ ଅଭିଯୁକ୍ତ ସନ୍ଦିପ  ସିଂହ ଏସସି/ଏସଟି ଆକ୍ଟ  ଓ ଆଇପିସିର ଧାରା ୩୦୪ ଅନୁଯାୟୀ ଦୋଷୀ ସାବ୍ୟସ୍ତ। ସନ୍ଦୀପକୁ ଆଜୀବନ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ। ତେବେ କୋର୍ଟଙ୍କ ଏହି ରାୟକୁ ନେଇ ପୀଡିତା ପରିବାର ଅସନ୍ତୁଷ୍ଟ ଓ ହାଇକୋର୍ଟରେ ଅପିଲ କରିବା ନେଇ ସୂଚନା।

୧୪ ସେପ୍ଟେମ୍ବର ୨୦୨୦ରେ ହାଥରସର ବୁଲଗଢିରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ବେଳେ ୨୦୨୦ ସେପ୍ଟେମ୍ବର ୨୯ରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା। ପରିବାରର ରଜାମନ୍ଦି ବିନା ପ୍ରଶାସନ ପୀଡିତାଙ୍କ ଅନ୍ତିମ ସଂସ୍କାର କରିଦେଇଥିଲା। ଯାହାକୁ ନେଇ ସେତେବେଳେ ସାରା ଦେଶରେ ଘଟଣାଟି ଚର୍ଚ୍ଚାର ବିଷୟ ହୋଇଥିଲା। ବିଭିନ୍ନ ବିରୋଧୀ ଦଳ ଯୋଗୀ ସରକାର ଉପରେ କରିଥିଲେ ଆକ୍ରମଣ। ୟୁପି ପୁଲିସ ପରିଜନଙ୍କୁ ମିଡିଆ କି ଅନ୍ୟ ବିରୋଧୀ ନେତାଙ୍କ ସହ ଭେଟିବାକୁ ଦେଇନଥିଲା ଅନୁମତି। ମାମଲାରେ ପରିବାର ପକ୍ଷରୁ ସନ୍ଦୀପ ସିଂହ, ଲବକୁଶ, ରାମୁ ଓ ରବି ନାମକ ୪ ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ରାଜନୀତିକୁ ଦେଖି ଏହାର ତଦନ୍ତ ଭାର ସବିଆଇକୁ ଦିଆଯାଇଥିଲା। ୨୯ ଡିସେମ୍ବର ୨୦୨୦ରେ ସିବିଆଇ ୨୦୦୦ ପୃଷ୍ଠାର ଏକ ଚାର୍ଜସିଟ ଦାଖଲ କରିଥିଲା। ପୁରା ମାମଲାରେ ୧୦୪ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା।  

Leave a Reply

Your email address will not be published. Required fields are marked *