ଚଳିତ ଗ୍ରୀଷ୍ମପ୍ରବାହ ସାମାନ୍ୟଠାରୁ ଅଧିକ ରହିବ

Spread the love

ନୂଆଦିଲ୍ଲୀ: ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ସାମାନ୍ୟଠାରୁ ଉପରେ ରହିବ। ଆଇଏମଡି ବରିଷ୍ଠ ବିଶେଷଜ୍ଞ ନରେଶ କୁମାର କହିଛନ୍ତି କି, ମାର୍ଚ୍ଚରେ ହୋଲି ପୂର୍ବରୁ ରାଜଧାନୀ ଦିଲ୍ଲୀର ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି। ସମାନ ସ୍ଥିତି ପଞ୍ଜାବ, ହରିୟାଣା, ଦିଲ୍ଲୀ ଏନସିଆର, ଉତ୍ତରପ୍ରଦେଶରେ ରହିବ। ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶରେ ତାପମାତ୍ରା ଏହି ସମୟରେ ୩୩ରୁ ୩୮ ଡଗ୍ରୀ ପର୍ଯ୍ୟନ୍ତ ପହଞ୍ଚିପାରେ।

କୁମାରଙ୍କ ଅନୁଯାୟୀ, ହିମାଚଳ ପ୍ରଦେଶରେ ବର୍ତ୍ତମାନ ତାପମାତ୍ରା ସାମାନ୍ୟଠାରୁ ୭-୮ ଡିଗ୍ରୀ ସେଲସିୟସ ରହିଛି। କିନ୍ତୁ ଆଜିଠାରୁ ଏଥିରେ ହ୍ରାସ ଦେଖିବାକୁ ମିଳିବ। ସମତଳ ଅଞ୍ଚଳରେ ତାପମାତ୍ରା ଅଧିକ ରହିଛି। ସାମୁଦ୍ରିକ ପବନ କାରଣରୁ ଆଗାମୀ ତିନି ଦିନରେ ମହାରାଷ୍ଟ୍ରରେ ତାପମାନ ୩ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ହ୍ରାସ ପାଇଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ ସୋମବାର ସକାଳୁ ନ୍ୟୁନତମ ତାପମାତ୍ରା ୧୩.୧ ଡିଗ୍ରୀ ସେଲସିୟସ ରହିଥିଲା, ଯାହା ସାଧାରଣ ତାପମାତ୍ରାଠାରୁ ୨ ଡିଗ୍ରୀ ଅଧିକ ରହିଛି। ସକାଳ ୮ଟା ସୁଦ୍ଧା ସାପେକ୍ଷିକ ଆର୍ଦ୍ରତାର ସ୍ତର ୯୧ ପ୍ରତିଶତ ରେକର୍ଡ କରାଯାଇଥିବା ବେଳେ ଦିନ ବେଳ ଅଧିକତମ ତାପମାତ୍ରା ୩୨ ଡିଗ୍ରୀ ସେଲ୍ସିୟସ ନିକଟବର୍ତ୍ତୀ ରହିବାର ଅନୁମାନ କରାଯାଇଛି।

ବିଭାଗ ପକ୍ଷରୁ ଆହୁରି କୁହାଯାଇଛି କି, ରବିବାର ଦିଲ୍ଲୀର ତାପମାତ୍ରା ୩୧.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଏହା ହାରାହାରି ତାପମାତ୍ରାଠାରୁ ସାତ ଡିଗ୍ରୀ ଅଧିକ ଓ ଦୁଇ ବର୍ଷରେ ଚଳିତ ମାସର ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଦିଲ୍ଲୀ ବାୟୁର ମାନ ଖରାପ ରହିଛି। ବାୟୁର ଏକ୍ୟୁଆଇ ୩୪୩ ରେକର୍ଡ ହୋଇଥିବା ବେଳେ ଶୂନ୍ୟରୁ ୫୦ ମଧ୍ୟରେ ଏକ୍ୟୁଆଇ ଭଲ। ୫୧ରୁ ୧୦୦ ଭିତରେ ସନ୍ତୋଷଜନକ ହୋଇଥିବା ବେଳେ ୧୦୧ରୁ ୨୦୦ ମଧ୍ୟରେ ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ଖରାପ, ୩୦୧ରୁ ୪୦୦ ମଧ୍ୟରେ ବହୁତ ଖରାପ ଓ ୪୦୧ରୁ ୫୦୦ ଭିତରେ ଗମ୍ଭୀର ହାଇଥାଏ।

Leave a Reply

Your email address will not be published. Required fields are marked *