ଆଇଏଏସ୍ ରେଜଲ୍ଟ ୨୦୨୨: ଈଶିତା କିଶୋର ଟପ୍ପର

Spread the love

ଭୁବନେଶ୍ୱର : ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୨ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି । ଏଥିରେ ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଈଶିତା କିଶୋର ଟପ୍ପର ହୋଇଛନ୍ତି । ପ୍ରଥମ ତିନିଟି ସ୍ଥାନ ମହିଳାମାନେ ଅକ୍ତିଆର କରିଛନ୍ତି । ଗରିମା ଲୋହିଆ ଦ୍ୱିତୀୟ ଓ ଉମା ହାରାଥି ଏନ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

କୃତକାର୍ଯ୍ୟ ହୋଇଥିବା ୯୩୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ୍, ୩୮ ଜଣ ଆଇଏଫ୍ଏସ୍, ୨୦୦ ଜଣ ଆଇପିଏସ୍ ଏବଂ ଅନ୍ୟମାନେ ସେଂଟ୍ରାଲ ସର୍ଭିସେସ୍ ଗ୍ରୁପ୍ ଏ ଓ ଗ୍ରୁପ୍ ବି ସର୍ଭିସେସ୍ ରେ ନିଯୁକ୍ତି ପାଇବେ ।

କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଓଡ଼ିଶାରୁ ୨୬ ଜଣ ଅଛନ୍ତି । ଅନୁପ ଦାସ ୩୮ନମ୍ବର ରାଙ୍କରେ ଥିବା ବେଳେ ପ୍ରଣିତା ଦାସ ୪୨, ଅର୍ଣ୍ଣବ ମିଶ୍ର ୫୬, ଦୀକ୍ଷିତା ଯୋଶୀ ୫୮, କୃତିକା ମିଶ୍ର ୬୭, କସ୍ତୁରୀ ପଣ୍ଡା ୬୭, ପଲ୍ଲବୀ ମିଶ୍ର ୭୩ ଓ ପ୍ରଶାନ୍ତ ରାଜ ୯୭ ରାଙ୍କ ପାଇଛନ୍ତି । ସେହିପରି ସିଦ୍ଧାର୍ଥ ମିଶ୍ର ୧୦୬ ନମ୍ବର ରାଙ୍କରେ ରହିଥିବା ବେଳେ ସୌମ୍ୟରଞ୍ଜନ ଦାସ ୧୩୬, ସୋନାଲି ମିଶ୍ର ୧୪୦, ଦୁର୍ଗା ପ୍ରସାଦ ଅଧିକାରୀ ୧୬୨, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ୨୪୮, ସତ୍ୟ ପ୍ରକାଶ ମିଶ୍ର ୨୬୧, ଆୟୁଷୀ ପ୍ରଧାନ ୩୩୪, ଦିବ୍ୟା ଜୈନ ୩୬୩, କୃତିକା ମିଶ୍ର ୪୦୧, ରଶ୍ମୀ ପ୍ରଧାନ ୪୦୫, ତେଜସ୍ୱୀ ବେହେରା ୫୧୬, ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦, ଶୁଭସ୍ନିଗ୍ଧା ସେଠୀ ୬୮୦, ଶୁଭମ ମିଶ୍ର ୬୮୮, ନିବେଦିତା ଦାସ ୮୪୮, ବୀରେନ୍ଦ୍ର କୁମାର ଦାସ ୮୫୪ ଓ ମାନସଜ୍ୟୋତି ଦାସ ୮୮୧ ରାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *