ଗଣତନ୍ତ୍ର ପରେଡରେ ସାମିଲ ହେବ ଭାରତ ନିର୍ମିତ ଯୁଦ୍ଧାସ୍ତ୍ର

Spread the love

ନୂଆଦିଲ୍ଲୀ: ଚଳିତ ଥର ଦେଶ ତାର ୭୪ ତମ ସ୍ବତନ୍ତ୍ରତା ଦିବସ ପାଳନ କରିବାକୁ ଯାଉଛି। ଚଳିତ ସାଧାରଣତନ୍ତ୍ର ଦିବସ ପରେଡରେ ସ୍ଥଳ ସେନା ଭାରତ ଦ୍ବାରା ନିର୍ମିତ ଅସ୍ତ୍ରଶସ୍ତ୍ରକୁ ପ୍ରଦର୍ଶନ କରିବାକୁ ଯାଉଥିବା ଅଧିକାରିକ ସୂତ୍ରରୁ ସୂଚନା ରହିଛି।

ପରେଡରେ ପ୍ରଦର୍ଶନ ପାଇଁ ଆର୍ମି କେ-୯ ବଜ୍ର ହୋୱିଜର, ଏମବିଟି ଅର୍ଜୁନ, ନାଗ ଆଣ୍ଟି ଟାଙ୍କ ଗାଇଡେଡ ମିସାଇଲ, ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ, ଆକାଶ ଏୟାର ଡିଫେନ୍ସ ମିସାଇଲ ଓ କୁଇକ ରିଆକ୍ସନ ଫାଇଟିଂ ଭେହିକିଲ୍ସ ପରି ଭାରତ ନିର୍ମିତ ଯୁଦ୍ଧାସ୍ତ୍ର ସାମିଲ ହେବା କୁହାଯାଇଛି।

ସେପଟେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେଉଥିବା ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଏଲ ସିସି ଆଜି ସଂଧ୍ୟା ୬ଟାରେ ନୂଆଦିଲ୍ଲୀରେ ପହଞ୍ଚିବେ। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ଡେଲିଗେଟ୍ସ ମଧ୍ୟ ରହିଛନ୍ତି। ଏହି ଡେଲିଗେଟ୍ସଙ୍କ ମଧ୍ୟରେ ଇଜିପ୍ଟ ସରକାରର ୫ ଜଣ ମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀ ରହିଛନ୍ତି। ସେମାନେ ୨୪ରୁ ୨୭ ପର୍ଯ୍ୟନ୍ତ ଭାରତରେ ଅବସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି। ଇଜିପ୍ଟ ରାଷ୍ଟ୍ରପତିଙ୍କୁ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯିବାର ଏହା ପ୍ରଥମ ଘଟଣା। ଇଜିପ୍ଟ ରାଷ୍ଟ୍ରପତିଙ୍କୁ ବୁଧବାର ରାଷ୍ଟ୍ରପତି ଭବନରେ ଭବ୍ୟ ଅଭ୍ୟର୍ଥନା ଦିଆଯିବ।

Leave a Reply

Your email address will not be published. Required fields are marked *