ଭାରତୀୟ ଜେଲରୁ ମୁକୁଳିଲେ ୧୭ ପାକିସ୍ତାନୀ ନାଗରିକ

Spread the love

ନୂଆଦିଲ୍ଲୀ: ଦେଶର ୭୪ ତମ ସ୍ବତନ୍ତ୍ରତା ଦିବସ ଅବସରରେ ଭାରତ ୧୭ ପାକିସ୍ତାନୀ ନାଗରିକଙ୍କୁ ଶନିବାର ଦିନ ଛାଡି ଦେଇଛି। ଅଟାରି ବାଘା ସୀମା ରାସ୍ତାରେ ଏହି ୧୭ ପାକ୍ ନାଗରିକଙ୍କୁ ସେମାନଙ୍କ ଦେଶକୁ ପଠାଇ ଦିଆଯାଇଛି।

ରିପୋର୍ଟ ମୁତାବକ, ଭାରତ ଛାଡିଥିବା ୧୭ ପାକ୍ ନାଗରିକ ଭାରତୀୟ ଜେଲରେ ସଜା କାଟୁଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣ ମତ୍ସ୍ୟଜୀବୀ ଅଛନ୍ତି। ଏହି ମତ୍ସ୍ୟଜୀବୀମାନେ ଜଳ ପଥରେ ଭାରତୀୟ ସୀମା ଭିତରକୁ ପଶି ଆସିଥିବା ବେଳେ ୫ ଜଣ ସାଧାରଣ ନାଗରିକ ଥିଲେ। କଏଦୀ ଥିବା ୧୨ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଅନେକ ୨୦୧୩ରୁ  ଭାରତରେ ବନ୍ଦୀ ଥିଲେ।

୧୭ ପାକ୍ ନାଗରିକଙ୍କ ମୁକ୍ତି ପରେ ସେମାନଙ୍କ ମଧ୍ୟରେ ଦେଖାଦେଇଛି ଆନନ୍ଦ। ନିଜ ମାତୃଭୂମିକୁ ଫେରିଯିବା ସମୟରେ ସମସ୍ତ କଏଦୀଙ୍କ ଭିତରେ ଦେଖିବାକୁ ମିଳିଥିଲା ଅହେତୁକ ଉତ୍ସାହ।

Leave a Reply

Your email address will not be published. Required fields are marked *