ବଦଳୁଛି ଭାରତର ଶିକ୍ଷା ପ୍ରଣାଳୀ : ପ୍ରଧାନମନ୍ତ୍ରୀ ମୋଦୀ 

Spread the love

ଗାନ୍ଧିନଗର/ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଛନ୍ତି ଯେ, ଏକବିଂଶ ଶତାବ୍ଦୀରେ ସମୟ ଦୃତ ଗତିରେ ବଦଳି ଚାଲିଥିବା ବେଳେ ଭାରତର ଶିକ୍ଷା ପ୍ରଣାଳୀ ବଦଳୁଛି । ଶିକ୍ଷକ ଏବଂ ଛାତ୍ରଙ୍କ ମଧ୍ୟରେ ଏହି ପରିବର୍ତନ ଦେଖିବାକୁ ମିଳିଛି । ଏହି ପରିବର୍ତିତ ପରିସ୍ଥିତିରେ ଆମେ କିପରି ଆଗକୁ ବଢିବା ଏହା ସ୍ଥିର କରିବା ମହତ୍ୱପୂର୍ଣ୍ଣ ଅଟେ ।

ପ୍ରଧାନମନ୍ତ୍ରୀ ଗୁଜୁରାଟର ଗାନ୍ଧିନଗରରେ ଅଖିଳ ଭାରତୀୟ ଶିକ୍ଷା ସଂଘ ଅଧିବେଶନକୁ ସମ୍ବୋଧିତ କରିବା ଅବସରରେ ଏହା କହିଥିଲେ । ସେ କହିଥିଲେ ଯେ, ଆଜି ଭାରତ ଏକବିଂଶ ଶତାବ୍ଦୀର ଆଧୁନିକ ଆବଶ୍ୟକତା ମୁତାବକ ନୂତନ ବ୍ୟବସ୍ଥାର ନିର୍ମାଣ କରୁଛି । ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ଧ୍ୟାନରେ ରଖି ତିଆରି କରାଯାଇଛି । ସେ କହିଥିଲେ ଯେ, ଆମେ ଏତେ ବର୍ଷ ଧରି ସ୍କୁଲରେ ପିଲାଙ୍କୁ ପଢାଇବା ନାମରେ କେବଳ ପୁସ୍ତକ ଜ୍ଞାନ ଦେଉଥିଲେ । ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଏହି ପୁରୁଣା ଅପ୍ରାସଙ୍ଗିକ ବ୍ୟବସ୍ଥାକୁ ପରିବର୍ତିତ କରୁଅଛି ।  ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରୋଟୋକଲ ଉପରେ ଆଧାରିତ ଅଟେ ।

Leave a Reply

Your email address will not be published. Required fields are marked *