ଅମୂଲ କ୍ଷୀରକୁ ନେଇ ବିବାଦ ଓ ରାଜନୀତି

Spread the love

AMUL IN CONTROVERSY..PKG..PRADEEP/BBSR

() କର୍ଣ୍ଣାଟକରେ ଅମୂଲ କ୍ଷୀରକୁ ନେଇ ବିବାଦ ଓ ରାଜନୀତି ଜୋର୍ ଧରିଛି। ଗୋଟିଏ ପଟେ ଅମୂଲ ବ୍ରାଣ୍ଡ୍ ତ ଅନ୍ୟ ପଟେ ନନ୍ଦିନୀ ବ୍ରାଣ୍ଡ୍। ନନ୍ଦିନୀ ହେଉଛି କର୍ଣ୍ଣାଟକ ମିଲ୍କ ଫେଡେରେସନର ବ୍ରାଣ୍ଡ୍। ସେଥିଲାଗି ରାଜ୍ୟରେ ଅମୂଲ୍ ପ୍ରବେଶକୁ ନେଇ ବିବାଦ ଜୋର ଧରିଛି। ଆଉ ଏହି ବିବାଦକୁ ତାଳ ଦେଇ ରାଜ୍ୟ ରାଜନୀତି ବି ଘମାସାନ ହେଲାଣି।

ମେ ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଆଉ ବିଧାନସଭା ନିର୍ବାଚନ ଆଗରୁ କର୍ଣ୍ଣାଟକରେ କ୍ଷୀରକୁ ନେଇ ରାଜନୀତି ତେଜ୍ ହେଲାଣି ବଡ଼ ବିବାଦ ମୁଣ୍ଡ ଟେକିଲାଣି। ଦେଶର ବଡ଼ ଡାଏରୀ ପ୍ରଡକ୍ଟସ କମ୍ପାନୀ ଅମୂଲକୁ କେନ୍ଦ୍ର କରି ଏହି ବିବାଦ ଓ ରାଜନୀତି ଘମାସାନ ହେଲାଣି। ମୁଖ୍ୟତଃ ରାଜ୍ୟରେ ଅମୂଲ ବ୍ରାଣ୍ଡ୍‌ର କ୍ଷୀର ପ୍ରବେଶକୁ ନେଇ ବିବାଦ ବଢ଼ିଛି। କାରଣ ଅମୂଲ୍ ପ୍ରବେଶକୁ ବିରୋଧ କରୁଛି କର୍ଣ୍ଣାଟକ ମିଲ୍କ ଫେଡେରେସନର କମ୍ପାନୀ ନନ୍ଦିନୀ ଏହି ଦୁଇ ବ୍ରାଣ୍ଡ୍ ଭିତରେ ଜାରି ଥିବା ବ୍ୟବସାୟିକ ଲଢ଼େଇ ଏବେ କର୍ଣ୍ଣାଟକ ରାଜନୀତିରେ ବଡ଼ ପ୍ରସଙ୍ଗ ଭାବେ ଛିଡ଼ା ହେବାକୁ ଗଲାଣି କାରଣ ବିରୋଧୀ ଦଳ ଅମୂଲ ବ୍ରାଣ୍ଡ୍‌ର ଏଣ୍ଟ୍ରିକୁ ନେଇ ବିରୋଧ ଜାରି ରଖିଛନ୍ତି। ଅମୂଲ ଗୋ ବ୍ୟାକ୍ ନାରାରେ କମ୍ପାଉଛନ୍ତି ବିରୋଧୀ ଦଳ। ଆଉ ସୋସିଆଲ ମିଡ଼ିଆରେ ଗୋ ବ୍ୟାକ୍ ଅମୂଲ ସେଭ୍ ନନ୍ଦିନୀ ନାଁରେ ହାସଟ୍ୟାଗ୍ ଜୋରଦାର ଟ୍ରେଣ୍ଡିଂ କରୁଛି ବିଭିନ୍ନ ଦୋକାନ ଯାଇ ନନ୍ଦିନୀ ବ୍ରାଣ୍ଡ ସବୁଠୁ ଉତ୍କୃଷ୍ଟ କହି ରାଜ୍ୟରେ ଆଉ କୌଣସି ବ୍ରାଣ୍ଡ୍‌ର ଆବଶ୍ୟକତା ନାହିଁ କହି କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି ବିରୋଧୀ।

ଏ ପ୍ରସଙ୍ଗ ସେତେବେଳେ ନିଆଁ ଧରିଥିଲା, ଯେତେବେଳେ ଅମୂଲ ଏକ ଟ୍ୱିଟରରେ ପୋଷ୍ଟ କରି ଲେଖିଥିଲା କି, କ୍ଷୀର ଦହି ସହ ବେଙ୍ଗାଲୁରୁରେ ଏକ ନୂଆ ଲହର ଆସୁଛି ଅଧିକ ବିବରଣୀ ଆସିବା ଅପେକ୍ଷାରେ ଲଞ୍ଚ୍ଆଲର୍ଟ। ଆଉ ଏହି ଟ୍ୱିଟରରେ ସୂଚନା ପରେ ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଗଲା କି, ଗୁଜୁରାଟ ଭିତ୍ତିକ କୋଅପରେଟିଭ ସୋସାଇଟିର ଅମୂଲ୍ ବ୍ରାଣ୍ଡ୍ ଜରିଆରେ ବିଜେପି କର୍ଣ୍ଣାଟକ ମିଲ୍କ ଫେଡେରେସନ ବା କେଏମଏଫର ବ୍ରାଣ୍ଡ୍ ନନ୍ଦିନୀକୁ ଖତମ କରିବାକୁ ପ୍ରୟାସ କରୁଛି କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳର କହିବା କଥା, ଏହା ଦ୍ୱାରା ଅମୂଲକୁ ଅଧିକ କ୍ଷୀର କିଣିବା ଓ ବିକିବାର ସୁଯୋଗ ମିଳିବ। ଅମୂଲ ଏଣ୍ଟ୍ରିରେ ନନ୍ଦିନୀ ବ୍ରାଣ୍ଡ୍ ପ୍ରଭାବିତ ହେବ। ଗୁଜରାଟର ଅମୂଲ କ୍ଷୀରକୁ ବିକ୍ରି ଲାଗି ବିଜେପି ଚକ୍ରାନ୍ତ କରୁଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ବି ଅମୂଲକୁ ରାଜ୍ୟରେ ପ୍ରବେଶକୁ ବିରୋଧ କରିଛନ୍ତି। କୁମାରସ୍ୱାମୀ କହିଛନ୍ତି, ଏକ ରାଷ୍ଟ୍ର, ଏକ ଅମୂଲ, ଏକ ଦୁଧ ଏକ ଗୁଜରାଟ ଲାଗୁଛି ଯେମିତି କେନ୍ଦ୍ର ସରକାରଙ୍କ ଅଧିକାରୀକ ନୀତି ହୋଇଯାଇଛି ସେପଟେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ କହିବା କଥା, ଅମୂଲ ବ୍ରାଣ୍ଡ୍ ରାଜ୍ୟରେ ପ୍ରବେଶ ହେଲେ ନନ୍ଦିନୀ ବ୍ରାଣ୍ଡ୍ ବିଲକୁଲ ପ୍ରଭାବିତ ହେବନି। କାରଣ ନନ୍ଦିନୀ ବ୍ରାଣ୍ଡ୍ ରାଜ୍ୟର ସ୍ଥିର ବ୍ରାଣ୍ଡ୍ ଅଟେ। ଅମୂଲକୁ କଡ଼ା ବ୍ୟବସାୟିକ ପ୍ରତିଦ୍ୱନ୍ଦିତା କରିବାରେ ନନ୍ଦିନୀ ବେଶ୍ ସକ୍ଷମ। କେଏମଏଫର ଅନେକ ଡାଏରୀ କର୍ଣ୍ଣାଟକରେ ବିଜେପି ଶାସନ କାଳରେ ହିଁ ସ୍ଥାପିତ ହୋଇଥିଲା ବିରୋଧୀ ତୁଛାଟାରେ ଏଥିରେ ରାଜନୀତିର ରଙ୍ଗ ଦେଉଛନ୍ତି ନନ୍ଦିନୀ ଏକ ନାସନାଲ ବ୍ରାଣ୍ଡ୍। ଏହା କେବଳ ରାଜ୍ୟରେ ସୀମିତ ରହିନି। ଅନ୍ୟ ରାଜ୍ୟରେ ବି ନନ୍ଦିନୀ ବ୍ରାଣ୍ଡ୍ ବହୁଳ ପ୍ରଚାରିତ ଓ ପ୍ରସାରିତ।

ଅମୂଲ ବ୍ରାଣ୍ଡ୍‌ର ପ୍ରବେଶକୁ ନେଇ ରାଜନୀତି ପ୍ରଖର ହୋଇଛି କର୍ଣ୍ଣାଟକରେ। ଶାସକ ବିରୋଧୀ ଉଭୟ ଚାଷୀଙ୍କ ହିତରେ ଅଛନ୍ତି ବୋଲି ଦର୍ଶାଉଛନ୍ତି ଆଉ ଚାଷୀ ହିତରେ କିଏ ଆଗରେ, ତାକୁ ଦର୍ଶାଇବାକୁ ଯାଇ ଏବେ ଅମୂଲ ବନାମ ନନ୍ଦିନୀ ବ୍ରାଣ୍ଡ୍ କୁ ନେଇ ରାଜନୀତି ତେଜିଛି। କର୍ଣ୍ଣାଟକ ମିଲ୍କ ଫେଡେରେସନ ଦ୍ୱାରା ବେଙ୍ଗାଲୁରୁରେ ନନ୍ଦିନୀ ବ୍ରାଣ୍ଡ୍ କ୍ଷୀର ଯୋଗାଣ କରୁଥିବା ସବୁଠୁ ବଡ଼ ବ୍ରାଣ୍ଡ୍ ଅଟେ। ଦୈନିକ ୨୩ ଲକ୍ଷ ଲିଟର କ୍ଷୀର, ଯାହାକି ବେଙ୍ଗାଲୁରୁର କ୍ଷୀର ବଜାରର ପ୍ରାୟ ୭୦ ପ୍ରତିଶତ ଅଟେ, ତାକୁ ନନ୍ଦିନୀ ବ୍ରାଣ୍ଡ୍ କିଣିଥାଏ ଏମିତିରେ ଦୈନିକ ନନ୍ଦିନୀ ବ୍ରାଣ୍ଡ୍ ୩୩ ଲକ୍ଷ ଲିଟର କ୍ଷୀର ବିକ୍ରି କରିଥାଏ ସେପଟେ ଏହି ବିବାଦ ଉପରେ ଅମୂଲ କମ୍ପାନୀର କହିବା କଥା, ଏବେ ଆପାତତଃ ଅମୂଲ ବ୍ରାଣ୍ଡ୍ କମର୍ସ ଚ୍ୟାନେଲ ଜରିଆରେ ବିକ୍ରି କରିବ। ଏହା ଏବେ ଜେନେରାଲ ଟ୍ରେଣ୍ଡ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁନି। କାରଣ ଟ୍ରେଣ୍ଡ ପାଇଁ ଦର ତଳକୁ ଖସାଇବାକୁ ପଡ଼ିବ। ଅମୂଲର ଏଣ୍ଟ୍ରି କର୍ଣ୍ଣାଟକରେ ମାସ ପରେ ହିଁ ଆସିପାରେ

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *