କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ସିଙ୍ଗାପୁରରେ ଲାଲୁ

Spread the love

ନୂଆଦିଲ୍ଲୀ: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଇବାକୁ ସିଙ୍ଗାପୁରରେ ପହଞ୍ଚି ଯାଇଛି। ଲାଲୁ ସେଠାରେ ପହଞ୍ଚିବା ପରେ ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କୁ ସ୍ବାଗତ କରିବା ସହ ଇମୋସନାଲ ଟ୍ବିଟ କରିଛନ୍ତି।

ରୋହିଣୀ ଟ୍ବିଟ କରି ଲେଖିଛନ୍ତି, ଖୁସିର ପ୍ରତ୍ୟେକ କ୍ଷଣ ନିକଟରେ ଥାଏ, ଯେତେବେଳେ ପିତାଙ୍କ ଛାୟୀ ସାଙ୍ଗରେ ଥାଏ। ସମସ୍ତ ଖରାପସ୍ଥିତି ସହ ଲଢିବାକୁ ଆମକୁ ସେ ଶିଖାଇଛନ୍ତି, ଗରିବ, ବଞ୍ଚିତ, ଶୋଷିତ ସମାଜକୁ ଯିଏ ଅଧିକାର ଦେଇଛନ୍ତି।

୭୪ ବର୍ଷୀୟ ଲାଲୁ ଏକାଧିକ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତିକରୁଥିବା ବେଳେ ତାଙ୍କ ଦୁଇଟି ଯାକ କିଡନୀ ଖରାପ ହୋଇଯାଇଥିବାରୁ ତାଙ୍କ ଝିଅ ତାଙ୍କୁ କିଡନୀ ଦାନ କରିବାକୁ ଯାଉଛନ୍ତି। ତେଣୁ କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଲାଲୁ ସିଙ୍ଗାପୁରରେ ଶନିବାର ପହଞ୍ଚିଥିଲେ। ସିଙ୍ଗାପୁର ଏୟାର ପୋର୍ଟରେ ଲାଲୁଙ୍କୁ ହ୍ବିଲଚେୟାରରେ ଦେଖିବାକୁ ମିଳିଥିଲା। ତାଙ୍କ ସହ ତାଙ୍କ ବଡ ଝିଅ ମିଶା ଭାରତୀ ମଧ୍ୟ ଅଛନ୍ତି।

ଚଳିତ ମାସ ପ୍ରାରମ୍ଭରେ ରୋହିଣୀ ନିଜ ପିତାଙ୍କୁ ତାଙ୍କ କିଡନୀ ଦାନ କରିବାର ନିଷ୍ପତ୍ତି ନେଇଥିଲେ। ସେତେବେଳେ ସେ ଟ୍ବିଟ କରି କହିଥିଲେ କି, ମାଂସର ଏକ ଛୋଟ ଖଣ୍ଡ ଯାହାକୁ ମୁଁ ମୋ ପାପାଙ୍କୁ ଦେବାକୁ ଚାହୁଁଛି। ପାପାଙ୍କ ପାଇଁ ମୁଁ କିଛି ବି କରିପାରେ। ଆପଣମାନେ ପ୍ରାର୍ଥନା କରନ୍ତୁ କି, ସବୁକିଛି ଭଲରେ ଭଲରେ ହୋଇଯାଉ ଓ ପାପା ପୁଣି ଆପଣମାନଙ୍କ ପାଇଁ ସ୍ବର ଉଠାନ୍ତୁ।   

Leave a Reply

Your email address will not be published. Required fields are marked *