ଚିକିତ୍ସା ପାଇଁ ଲାଲୁ ଗଲେ ଦିଲ୍ଲୀ

Spread the love

ପାଟନା: ବୁଧବାର ଏୟାର ଆମ୍ବୁଲାନ୍ସରେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ସେ ସିଡିରୁ ପଡିଯିବାରୁ ତାଙ୍କ କାନ୍ଧ ଓ ହାତରେ ଆଘାତ ଲାଗିଥିଲା। ତେଣୁ ଡାକ୍ତର ତାଙ୍କୁ ଘରେ ଦୁଇ ମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ତାଙ୍କର ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ରହିଛି। ତେଣୁ ତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରିବାକୁ ତାଙ୍କ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ଲାଲୁଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ନିଆଯାଇଥିବା ବେଳେ ତାଙ୍କ ପତ୍ନୀ ରାବଡି ଦେବୀ, ପୁଅ ତେଜସ୍ବି ଯାଦବ, ବୋହୁ ରାଜଶ୍ରୀ ମଧ୍ୟ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିବା ତେଜସ୍ବୀ କହିଛନ୍ତି।

Leave a Reply

Your email address will not be published. Required fields are marked *