ଗ୍ରାନାଇଟ ବୋଝେଇ ଟ୍ରକ ଓଲଟି ୩ ମୃତ

Spread the love

ହାଇଦ୍ରାବାଦ: ତେଲେଙ୍ଗାନାର କୁରାଭି ଗାଁ ନିକଟରେ ଏକ ଗ୍ରାନାଇଟ ପଥର ବୋଝେଇ ଟ୍ରକ ଓଲଟିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଟ୍ରକଟି ପଥର ନେଇ ଯାଉଥିବା ବେଳେ କୁରାଭି ନିକଟରେ ଅଟୋ ରିକ୍ସା ଉପରେ ଓଲଟି ପଡିଥିଲା।

ଏସମ୍ପର୍କରେ ମହବୁବାବାଦ ଡିଏସପି କେ ସଦାଇହ କହିଛନ୍ତି କି,  ଶନିବାର ରାତିରେ ଡୋର୍ନାକଲ ମଣ୍ଡଳର ମୁଗୋରିଗୁଡେମ ଗାଁରୁ ୮ ଜଣ ଲୋକ ନୂଆ ବର୍ଷ ପାଳିବାକୁ କୁରାଭି ଯାଉଥିଲେ।  ସେପଟୁ ଆସୁଥିବା ଗ୍ରାନେଟ ବୋଝେଇ ଟ୍ରକ  ଅଟୋରିକ୍ସା ନିକଟବର୍ତ୍ତୀ ହେବା କ୍ଷଣି ଅଟୋ ଉପରେ ଓଲଟି ପଡିଥିଲା।

ଫଳରେ ୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ହସ୍ପିଟାଲ ରାସ୍ତାରେ ହୋଇଥିଲା। ମୃତକଙ୍କ ମଧ୍ୟରେ ଅଟୋ ଡ୍ରାଇଭର ଓ ଅନ୍ୟ ଦୁଇ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Leave a Reply

Your email address will not be published. Required fields are marked *