ସୁବର୍ଣ୍ଣପୁର: ମହିଳାମାନଙ୍କୁ ସମ୍ମାନର ସହ ବଂଚିବା ପାଇଁ ରାହା ଦେଇଛି ଛତୁ ଚାଷ । ନିଜ ପରିବାର ଚଳାଇବା ସହିତ ଜୀବିକା ନିର୍ବାହରେ ସାହାଯ୍ୟ କରୁଛନ୍ତି । କିଏ ନଡା କାଟୁଛି ତ କିଏ ନଡାକୁ ପାଣିରେ ଭିଜାଉଛି ।
ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କିର୍ତ୍ତିପୁର ଗାଁରେ କିଛି ମହିଳା ମିଶି ମହିମା ଛତୁ ଫାର୍ମ କରିଛନ୍ତି । ଗାଁର ଦଶ ଜଣ ମହିଳାଙ୍କୁ ନେଇ ଏକ ଗୃପ ଗଠନ କରାଯାଇଥିବାବେଳେ ସେମାନେ ଛତୁ ଚାଷ କରି ଏବେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ମହିଳାମାନେ ଘରେ ରହି ପରିବାର ଚଳାଇବାରେ ଅସୁବିଧା ସମ୍ମୁଖିନ ହେଉଥିବାବେଳେ ଏବେ ଏହି ଛତୁ ଫାର୍ମରୁ ମୁଣ୍ଡପିଛା ମାସକୁ ୫ ରୁ ୬ ହଜାର ଟଙ୍କା ରୋଜଗାର କରି ପାରିଛନ୍ତି । ଦିନକୁ ପ୍ରାୟ ୧୦ ରୁ ୧୫ କେଜି ଛତୁ ଉତ୍ପାଦନ କରି ବଜାରରେ ବିକ୍ରି କରି ଭଲ ଦି ପଇସା ପାଉଛନ୍ତି ମହିଳାମାନେ।
କୋଭିଡ ସମୟରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ କରିଥିଲେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ରାଜ୍ୟ ସରକାର I ଏହି କ୍ରମରେ ସୋନପୁର ବ୍ଲକ କିର୍ତିପୁର ଗାଁର ଅସହାୟ ମହିଳାମାନଙ୍କୁ ଏକାଠି କରି ଛତୁ ଫାର୍ମ କରିବା ପାଇଁ ପ୍ରଥମେ ତାଲିମ ପ୍ରଦାନ କରାଯାଇଥିଲା । ୨୫୦ ଶଯ୍ୟା ବିଶିଷ୍ଟ ଏହି ଫାର୍ମ ପାଇଁ ମୋଟ ୨ ଲକ୍ଷ ୬୨ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛି ଏକ୍ସନ ଏଡ। ଏବଂ ଏହାର ତଦାରଖ ପାଇଁ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେଆରକୁ ଦାୟିତ୍ୱ ଦିଆଯାଇଛି।
ଗଣପତି ବାଘଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now