ନଭେମ୍ବରରେ ମୋଦି ସୁନକ ଭେଟଘାଟ

Spread the love

ନୂଆଦିଲ୍ଲୀ: ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଫୋନ ଯୋଗେ ବାର୍ତ୍ତାଳାପ ହୋଇଛି। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରେ  ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ବୈଠକରେ ଭେଟିବା ନେଇ ସହମତି ପ୍ରକାଶ କରିଛନ୍ତି।

ଉଭୟ ନେତାଙ୍କ ମଧ୍ୟରେ ଟୋଲିଫୋନିକ ବାର୍ତ୍ତାଳାପକୁ ନେଇ ୧୦ ଡାଉନିଂ ଷ୍ଟ୍ରିଟ ପକ୍ଷରୁ ପ୍ରେସ ବିବୃତ୍ତି ଜାରି କରାଯାଇଛି। ଦୁଇ ଗଣତାନ୍ତ୍ରିକ ଦେଶ ମିଳିତଭାବେ ବିଶ୍ୱର ଅର୍ଥନୀତିକୁ ସଶକ୍ତ କରିବା ଦିଗରେ କାର୍ଯ୍ୟକରିବା ଉପରେ ଗୁରୁତ୍ବ ଦେଇଛନ୍ତି। ଭୟ ନେତା ବ୍ୟକ୍ତିଗତ ଭାବେ ଇଣ୍ଡୋନେସିଆରା ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ପରସ୍ପରକୁ ଭେଟିବାକୁ ରାଜି ହୋଇଛନ୍ତି।”

ବାର୍ତ୍ତାଳାପ କାଳରେ ପ୍ରଧାନମନ୍ତ୍ରୀ ମୋଦି ସୁନକଙ୍କୁ  ୧.୬ ବିଲିୟନ ଭାରତୀୟଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ  ବ୍ରିଟେନ ସହ ଚାଲିଥିବା ଫ୍ରି ଟ୍ରେଡ ବୁଝାମଣା ସମ୍ପର୍କରେ ଆଲୋଚନା ହୋଇଛି।

ଆସନ୍ତା ମାସରେ ବାଲିରେ ଜି-୨୦ ନେତୃମଣ୍ଡଳୀଙ୍କ ବୈଠକ ହେବ।

Leave a Reply

Your email address will not be published. Required fields are marked *