ସ୍ୱତନ୍ତ୍ର ପୋଷ୍ଟାଲ ଷ୍ଟାମ୍ପ ଓ ୭୫ ଟଙ୍କିଆ କଏନର ଲୋକାର୍ପଣ କଲେ ମୋଦି

Spread the love

ନୂଆଦିଲ୍ଲୀ :  ସଂସଦର ନୂଆ ବିଲଡିଂର ଉଦଘାଟନକୁ ଅଧିକ ସ୍ମରଣୀୟ କରିବା ପାଇଁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ପୋଷ୍ଟାଲ ଷ୍ଟାମ୍ପ ଓ ୭୫ ଟଙ୍କିଆ କଏନର ଲୋକାର୍ପଣ କରିଛନ୍ତି । ନୂଆ ସଂସଦ ଭବନର ଲୋକସଭା ଚ୍ୟାମ୍ବରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଓମ ବିଲା ଓ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ମଧ୍ୟ ଉପସ୍ଥିତ ରହିଥିଲେ ।

ଆଜି ଲଞ୍ଚ ହୋଇଥିବା ୭୫ ଟଙ୍କିଆ ମୁଦ୍ରାର ଓଜନ ୩୪.୬୫ରୁ ୩୫.୩୫ ଗ୍ରାମ । ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରି ସାରିଛି । ଏହାକୁ ମନେ ରଖିବା ପାଇଁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଭାବେ ୭୫ ଟଙ୍କିଆ କଏନ ଜାରି କରାଯାଇଛି । କଏନରେ ସଂସଦର ନୂଆ ବିଲଡିଂର ଛବି ରହିଛି । ଦେବନଗରୀ ଲିପିରେ କଏନର ଉପର ପାର୍ଶ୍ୱରେ ସଂସଦ ସଙ୍କୁଳ ଓ ନିମ୍ନ ପାର୍ଶ୍ୱରେ ଇଂରାଜୀରେ ସଂସଦ କମ୍ପେ୍ଲକ୍ସ ଉଲ୍ଲେଖ କରାଯାଇଛି । ଅଶୋକ ସ୍ତମ୍ଭ ତଳେ ଟଙ୍କାର ଚିହ୍ନ ଓ ଇଂରାଜୀରେ ୭୫ ଲେଖା ହୋଇଛି । ୩୫ ଗ୍ରାମ ଓଜନର ଏହି କଏନକୁ ୪ଟି ଧାତୁକୁ ମିଶାଇ ତିଆରି କରାଯାଇଛି । ଏଥିରେ ୫୦% ରୂପା, ୪୦% ତମ୍ବା, ୫% ନିକେଲ ଓ ୫% ଜିଙ୍କ ରହିଛି ।

Leave a Reply

Your email address will not be published. Required fields are marked *