ସିସୋଦିଆଙ୍କ ଅଧିକ ରିମାଣ୍ଡ ଚାହିଁଲା ଇଡି

Spread the love

ନୂଆଦିଲ୍ଲୀ: ଆପ ନେତା ମନୀଷ ସିସୋଦିଆଙ୍କ ଇଡି ହାଜତ ଅବଧି ଆଜି ଶେଷ ହୋଇଥିବା ବେଳେ ପୁଣି ୫ ଦିନିଆ ରିମାଣ୍ଡରେ ନେଇଛି। ଇଡି ସିସୋଦିଆଙ୍କୁ କୋର୍ଟରେ ହାଜର କରି ଆହୁରି ୭ ଦିନ ରିମାଣ୍ଡରେ ନେବାକୁ ଅପିଲ କରିଥିଲା। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ମନୀଷଙ୍କୁ ୭ ଦିନିଆ ରିମାଣ୍ଡ ନେଇ ତଦନ୍ତ କରିଥିବା ବେଳେ ଆଜି ରିମାଣ୍ଡ ଅବଧି ଶେଷ ହୋଇଛି।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି କୋର୍ଟରେ ହାଜର କରି ରିମାଣ୍ଡ ଅବଧି ବୃଦ୍ଧି କରିବାକୁ ଅପିଲ କରିଛି। କୋର୍ଟଙ୍କ ଇଡି ଜଣାଇଛି କି, ସିସୋଦିଆ ତାଙ୍କ ଫୋନକୁ ନଷ୍ଟ କରିଦେଇଛନ୍ତି। ଆଉ ଥରେ ତାଙ୍କ ଜେରାର ଆବଶ୍ୟକତା ରହିଛି। ଏବେ ଇମେଲରୁ ମିଳିଥିବା ଡାଟା, ତାଙ୍କ ମୋବାଇଲର ପରୀକ୍ଷା କରାଯାଉଛି। ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଜେରା କରିବାର ଆବଶ୍ୟକତା ରହିଛି। ତେଣୁ ଅଧିକ ରିମାଣ୍ଡର ଆବଶ୍ୟକତା ରହିଛି।

ସେପଟେ ସିସୋଦିଆଙ୍କ ଓକିଲ କହିଛନ୍ତି କି, ସିବିଆଇ ଏଫଆଇଆରର କିଛି ଦିନ ଭିତରେ ଅଗଷ୍ଟ ୨୦୨୨ରେ ଇସିଆଇଆର ଦାଖଲ କରିଥିଲା। କମ୍ପ୍ୟୁଟର ଜବତ କରି ତାର ଯାଞ୍ଚ କରିଛି। ଏବେ ଦ୍ବିତୀୟ ଏଜେନ୍ସି ସମାନ କାର୍ଯ୍ୟକୁ ଦୋହରାଉଛି। ଇଡି ଓ ସିବିଆଇ କଣ ପ୍ରକ୍ସି ଏଜେନ୍ସି ଭାବେ କାର୍ଯ୍ୟ ତୁଲାଉଛି? ଇଡି ଏବେ ଦିନେଶ ଅରୋରାଙ୍କ ସହ ସିସୋଦିଆଙ୍କ ମୁହାଁମୁହିଁ ଜେରା କଥା କହୁଛି। ଦିନେଶ ୧୫ ମାର୍ଚ୍ଚରେ ଇଡି ଅଫିସରେ ଥିଲେ, କାହିଁ ସେହିଦନ ଉଭୟଙ୍କୁ ଜେରା କରାଯାଇ ନ ଥିଲା ବୋଲି ପ୍ରଶ୍ନ କରିଛନ୍ତି ସିସୋଦିଆଙ୍କ ଓକିଲ।

କୋର୍ଟରେ ଆଜି ସିସୋଦିଆ ମଧ୍ୟ କହିଛନ୍ତି। ଦୈନିକ ଅଧଘଣ୍ଟାରୁ ଘଣ୍ଟାଏ ଜେରା ହେଉଛି। ଗତକାଲି କେବଳ କିଛି ଅଧିକ ସମୟ ଜେରା ହୋଇଥିଲା।

Leave a Reply

Your email address will not be published. Required fields are marked *