ଜାତୀୟ

ଅଗଷ୍ଟ ୧୦ରେ ଭେଙ୍କିଆ ନାଇଡ଼ୁଙ୍କ ସରୁଛି କାର୍ଯ୍ୟକାଳ

ଭେଙ୍କିଆ ନାଇଡ଼ୁ। ଉପରାଷ୍ଟ୍ରପତି ଭାବରେ ଅଗଷ୍ଟ ୧୦ରେ ତାଙ୍କର କାର୍ଯ୍ୟକାଳ ସରୁଛି। ତେବେ ଭେଙ୍କିଆଙ୍କ ଭଳି ଭେଟେରାନ ରାଜନେତା ଯେଭଳି ସଂସଦରେ ଗୃହ ପରିଚାଳନା କରିଥିଲେ, ତାହା ବାସ୍ତବରେ ଦେଖିଲା ଭଳି ଥିଲା।  ଅଟଳ ବିହାରୀ ବାଜପେୟୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସଂଘରେ ଜଏନ କରିଥିଲେ ଭେଙ୍କିଆ। କବାଡ଼ି ଖେଳ ପାଇଁ ୧୪ ବର୍ଷ ବୟସରୁ ଆରଏସଏସର ଶାଖାରେ ସାମିଲ୍ ହୋଇଥିଲେ। ଦଳର ପାର୍ଟି ପୋଷ୍ଟର ମାରୁଥିବା ଯୁବକ ଦେଶର ଉପରାଷ୍ଟ୍ରପତି ହୋଇପାରିଲେ। ଏବିଭିପି ଜରିଆରେ ଛାତ୍ର ରାଜନୀତିରେ ପ୍ରବେଶ କରିଥିଲେ ନାଇଡୁ। ଆଉ ଜେପି ମୁଭମେଣ୍ଟରେ ଆକ୍ଟିଭ ରୋଲ୍ ନିର୍ବାହ କରିଥିଲେ। ଆନ୍ଧ୍ରର ନେଲୋର ଜିଲ୍ଲାରେ ଜନ୍ମିତ ଭେଙ୍କିଆ ବିଜେପି ରାଷ୍ଟ୍ରୀୟ ସଭାପତି, କେନ୍ଦ୍ର ମନ୍ତ୍ରୀ ଓ ଦୀର୍ଘ ସମୟ ଧରି ରାଜ୍ୟସଭା ସଦସ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ସେ କେବେ ବି ଲୋକସଭାରୁ ପ୍ରତିନିଧିତ୍ୱ କରିନାହାନ୍ତି। ଜାତୀୟ ରାଜନୀତିରେ ପାଦ ଥାପିବା ଆଗରୁ ସେ ଆନ୍ଧ୍ର ବିଧାନସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ। ୧୯୭୮ରେ ପ୍ରଥମ ଥର ବିଧାନସଭାକୁ ଯାଇଥିଲେ। ଜୁଲାଇ ୨୦୦୨ରୁ ଅକ୍ଟୋବର ୨୦୦୪ ଯାଏ ଭେଙ୍କିଆ କ୍ରମାଗତ ଦୁଇ ଥର ବିଜେପିର ରାଷ୍ଟ୍ରୀୟ ସଭାପତି ଥିଲେ। ତେବେ ୨୦୦୪ରେ ଲୋକସଭା ନିର୍ବାଚନ ବିଜେପି ହାରିବା ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ୨୦୧୮ର ବଜେଟ ଅଧିବେଶନରେ ତ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସର୍ବାଧିକ ୩୬ଟି ସିଟିଂରେ ଦାବି ଉଠି ଗୃହକାର୍ଯ୍ୟ ବାଧା ପାଇଥିଲା। ଯାହାକୁ ନେଇ ରାଜ୍ୟସଭା ଅଚଳ ହୋଇଥିଲା। ଏହା ପଛକୁ ଥିଲା ତିନି କୃଷି ଆଇନ ଓ ଏହା ବିରୁଦ୍ଧରେ ଚାଷୀ ଆନ୍ଦୋଳନ, ପେଗାସସ୍ ସ୍ପାଏଓ୍ୱାର୍, କାବେରୀ ଜଳ ପରିଚାଳନା ବୋର୍ଡ ବିବାଦ ଓ ୨୦୨୧ରେ ମୌସୁମୀ ଅଧିବେଶନରେ ୧୨ ନିଲମ୍ୱିତ ସଭ୍ୟଙ୍କୁ ନେଇ ଗୃହ ପୁରା ଅଚଳ ହୋଇଯାଇଥିଲା। ଅଗଷ୍ଟ ୧୦ରେ ଭେଙ୍କିଆଙ୍କ କାର୍ଯ୍ୟକାଳ ସରୁଛି। ହେଲେ ଭେଙ୍କିଆଙ୍କ ବୁଦ୍ଧିମତା ଓ ବିଚକ୍ଷଣ ପରିଚାଳନାକୁ କେବେ ଭୁଲିହେବନି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button