ପଞ୍ଚାୟତ ନିର୍ବାଚନରେ ମୁର୍ଶିଦାବାଦ ଜିଲ୍ଲାରେ ସବୁଠୁ ଅଧିକ କେନ୍ଦ୍ରୀୟ ବଳ ମୁତୟନ କରାଯିବ

Spread the love

କୋଲକାତା : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପ୍ରଚାରରେ ବଢି ଚାଲିଥିବା ହିଂସା ଘଟଣାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବଳ ମୁତୟନ ନେଇ ରୂପରେଖ ପ୍ରସ୍ତୁତ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆୟୋଗ ଏନେଇ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ଦର୍ଶାଯାଇଛି ଯେ, ସବୁଠୁ ଅଧିକ କେନ୍ଦ୍ରୀୟ ବଳ ମୁତୟନ ମୁର୍ଶିଦାବାଦ ଜିଲ୍ଲାରେ କରାଯିବ । ଏଠାରେ ସବୁଠୁ ଅଧିକ ରାଜନୈତିକ ହିଂସା ଘଟିଛି । ଏହା ବ୍ୟତୀତ ୧୯ ରାଜ୍ୟର ପୋଲିସକୁ ମଧ୍ୟ ନିର୍ବାଚନ ସୁରକ୍ଷା ପାଇଁ ଡକାଯାଇଛି ।

ମୁର୍ଶିଦାବାଦରେ କେନ୍ଦ୍ରୀୟ ବଳର ୪୫ କମ୍ପାନୀ ଫୋର୍ସ ମୁତୟନ କରାଯିବ । ପୂର୍ବ ମେଦିନପୁର ଓ ହାୱଡ଼ା ଜିଲ୍ଲାରେ କେନ୍ଦ୍ରୀୟ ବଳର ୩୭ କମ୍ପାନୀ ଫୋର୍ସ ମୁତୟନ କରାଯିବ । ଉତର ୨୪ ପ୍ରଗଣାରେ ୩୫, ପୂର୍ବ ବର୍ଦ୍ଧମାନରେ ୩୩, ନଦିୟାରେ ୩୧, ଦକ୍ଷିଣ ଚବିଶ ପ୍ରଗଣା ଏବଂ ମାଲଦାରେ ୩୦ କମ୍ପାନୀ ଫୋର୍ସ, କୁଚବିହାର ଏବଂ ହୁଗୁଳିରେୀ ୨୮ କମ୍ପାନୀ କେନ୍ଦ୍ରୀୟ ବଳ ମୁତୟନ କରାଯିବ । କଲିମ୍ପୋଙ୍ଗରେ କେନ୍ଦ୍ରୀୟ ବଳ ମୁତୟନ କରାଯିବ ନାହିଁ । ପଶ୍ଚିମବଙ୍ଗ ପୋଲିସ ବ୍ୟତୀତ ୧୯ ଅନ୍ୟ ରାଜ୍ୟର ପୁଲିସକୁ ମଧ୍ୟ ମୁତୟନ କରାଯିବ ।

Leave a Reply

Your email address will not be published. Required fields are marked *