ନାଜାଲ କରୋନା ଟୀକାକୁ ମିଳିଲା ମଞ୍ଜୁରୀ

Spread the love

ନୂଆଦିଲ୍ଲୀ: ପୁଣି କରୋନା ତାର କାୟା ମେଲାଇବାକୁ ବସିଥିବା ବେଳେ  ଭାରତ ସରକାର ଆଗୁଆ ସତର୍କ ରହିଛନ୍ତି।  ବୁଧବାର ଠାରୁ କରୋନାକୁ ନେଇ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ଗୁରୁବାର ଦିନ ନୂଆ ନାଜାଲ କରୋନା ଭ୍ୟାକ୍ସିନକୁ ବିଶେଷଜ୍ଞ ଟିମ ମଞ୍ଜୁରୀ ଦେଇଛନ୍ତି।

ଏସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ରାଜ୍ୟ  ସଭାରେ ଗୁରୁବାର ସୂଚନା ଦେଇଛନ୍ତି କି, ନାଜାଲ କରୋନା ଭ୍ୟାକ୍ସିନକୁ ମଞ୍ଜୁରୀ ମିଳିଛି।  ଫଳରେ ଆଗାମୀ ଦିନରେ ଇଞ୍ଜେକସନ ନେବାକୁ ହେବ ନାହିଁ। ଚାହିଁଲେ ଲୋକେ  ଏହି ଟିକା ନେଇ ପାରିବେ।

ସୂଚନାଯୋଗ୍ୟ, ନଭେମ୍ବର ୨୮ ତାରିଖରେ ଭାରତ ବାୟୋଟେକ ଇଣ୍ଟରନାସନାଲ ଲିମିଟେଡ ଘୋଷଣା କରିଥିଲା କି, ଇନକୋଭେକ ବିନା ଛୁଞ୍ଚିରେ ନାକରେ ପକାଇବାର ପ୍ରଥମ ଭ୍ୟାକ୍ସିନ ପ୍ରସ୍ତୁତ ହୋଇସାରିଛି। ଏହାକୁ ଇଣ୍ଟ୍ରାନୋଜଲ କୋଭିଡ ଭ୍ୟାକ୍ସିନ କୁହାଯାଏ।  ଭାରତ ବାୟୋଟେକ ମୁତାବକ ଇନକୋଭେକକୁ ସଂରକ୍ଷଣ କରିବାକୁ ୨ରୁ ୮ ଡିଗ୍ରୀ ସେଲସିୟସର ଆବଶ୍ୟକତା ପଡିବ।

କମ୍ପାନୀ କହିଛି କି, ନାକରେ ଦିଆଯାଉଥିବା ଏହି ଟୀକା ବିଶେଷ ରୂପେ କମ ଓ ମଧ୍ୟମ ଆୟକାରୀ ଦେଶକୁ ଲକ୍ଷ୍ୟକରି ବିକାଶ କରାଯାଇଛି। ଟୀକାକୁ ଆମେରିକାର ସେଣ୍ଟ ଲୁଇସ ସ୍ଥିତ ୱାସିଂଟନ ବିଶ୍ବବିଦ୍ୟାଳୟ ସହ ମିଶି ବିକଶିତ କରାଯାଇଛି।

Leave a Reply

Your email address will not be published. Required fields are marked *