ଓଡ଼ିଶା

ହକି ପାଇଁ ସୁନ୍ଦରୀ ଦିଶୁଛି ରାଜଧାନୀ

ଭୁବନେଶ୍ବର: ମଝିରେ ଆଉ ଅଳ୍ପଦିନ ହକି ବିଶ୍ୱକପ ପାଇଁ । ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ରହିଥିବା ବେଳେ ଆସନ୍ତା ୨୫ ତାରିଖରେ ବିଶ୍ୱକପ ଟ୍ରଫି ଭୁବନେଶ୍ୱରରେ ପହଂଚିବ । ସ୍ୱଗତପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ବିଏମସି ତରଫରୁ କରାଯାଇଛି । ସେପଟେ ବାକିରହିଥିବା କାର୍ଯ୍ୟକୁ ସାରିବା ପାଇଁ ନିର୍ଦେଶ ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ । ଅନ୍ୟପଟେ ବିଶ୍ଵକପ ପାଇଁ ବସିଥିଲା ସର୍ବଦଳୀୟ ବୈଠକ ସମସ୍ତଙ୍କ ସହମତିରେ ବିଶ୍ୱକପ ସୁରୁଖୁରୁରେ  ସମାପନ କରିବା ପାଇଁ ନିଷ୍ପତି ହୋଇଛି ।

ସୁନ୍ଦରୀ ବେଶରେ ସଜେଇ ହେଉଛି ରାଜଧାନୀରୁ ରାଉରକେଲା । ହକି ବିଶ୍ୱକପ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ସ୍ଥିତି ସମୀକ୍ଷା କରୁଛନ୍ତି ବରିଷ୍ଠ ଅଧିକାରୀ । ଆସନ୍ତା ୨୫ ତାରିଖରେ ଭୁବନେଶ୍ବରରେ ପହଞ୍ଚିବ ବିଶ୍ବକପ୍ ଟ୍ରଫି ।  ସ୍ବାଗତ ପାଇଁ ବିଏମ୍ସିର ସ୍ୱତନ୍ତ୍ର ପ୍ରସ୍ତୁତି। ବିମାନବନ୍ଦରରୁ ଟ୍ରଫି କୁ ଲିଙ୍ଗରାଜ ମନ୍ଦିର ନିଆଯିବ । ସେଠାରୁ ଟ୍ରଫି ଏସ୍ ପ୍ଲାନେଡ ମଲକୁ ନିଆଯିବ । ପରେ ସେଠାରୁ ଜୟ ଦେବ ବିହାର ଛକ ଦେଇ ଟ୍ରଫି କୁ ଅନ୍ୟସ୍ଥାନକୁ ନିଆଯିବାର କାର୍ଯ୍ୟକ୍ରମ ରଖାଯାଇଛି । ଯେଉଁ ରାସ୍ତା ଦେଇ ଟ୍ରଫି ଯିବ ସେ ରାସ୍ତାରେ ପଥୋତ୍ସବ କରାଯାଇ ଟ୍ରଫିକୁ ସ୍ବାଗତ କରାଯିବ । ସେପଟେ ରାସ୍ତାରେ ସମସ୍ୟା, ଲାଇଟ୍ ବ୍ୟବସ୍ଥା, ଉଠା ଦୋକାନ ସହ ସ୍ୱଚ୍ଛତାର ସମୀକ୍ଷା କରିଛନ୍ତି ବିଡିଏ ଉପାଧ୍ୟକ୍ଷ ଓ ବିଏମସି କମିଶନର । ଯେଉଁଠି ସମସ୍ୟା ରହିଛି ତାର ସଂଗେ ସଂଗେ ସମଧାନ ମଧ୍ୟ କରାଯାଉଛି । ଏହା ସହ ବିଶ୍ଵକପ୍ ଏବଂ ଡ଼ଟ ଫେଷ୍ଟ ପାଇଁ ସ୍ଵତନ୍ତ୍ର କମିଟି ଗଠନ ହୋଇ ନିୟମିତା ଚେକିଂ ଏବେଠୁ କରାଯାଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଡିଏ ଉପାଧ୍ୟକ୍ଷ।

ହକି ବିଶ୍ୱକପ ପାଇଁ ବସିଥିଲା ସର୍ବଦଳୀୟ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,କଂଗ୍ରେସ ବିଧାୟକ ବାହିନୀପତି, ସାଲୁଜା, ସମାଜବାଦୀ ପାର୍ଟି ନେତା ରବି ବେହେରା, ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାଶ, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ।

ବର୍ତ୍ତମାନ ପରିସ୍ଥିତିରେ କୋଭିଡ ପୁଣି ମୁଣ୍ଡ ଟେକିଛି । ଆଗକୁ ଓଡିଶାରେ ହକି ବିଶ୍ୱକପ ପାଇଁ ଜନଗହଳି ସହ ବାହାରଦେଶ ର ଜନସାଧାରଣଙ୍କର ମଧ୍ୟ ଭିଡ଼ ଦେଖିବାକୁ ମିଳିବ । ତେଣୁ ଏହାର ସୁପରିଚାଳନା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ତତ୍ପର ହେବା ସହ ପ୍ରସ୍ତୁତ ମଧ୍ୟ ଅଛନ୍ତି । କିନ୍ତୁ ସମସ୍ତେ ପୂର୍ବପରି କୋଭିଡ ନିୟମ ପାଳନ କଲେ ହିଁ ଏଭଳି ଆୟୋଜନର ସଫଳ ରୂପାୟନ ବିନା କୌଣସି ପ୍ରତିକୂଳ ପରିସ୍ଥିତିରେ ସମ୍ଭବ ହେବ ଷ।

ନବକିଶୋର ସାହୁ ଓ ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button