ନବୀନ ଜିନ୍ଦଲଙ୍କୁ ପୈଗମ୍ବର ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ବସ୍ତି

Spread the love

ନୂଆଦିଲ୍ଲୀ: ପୈଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ବିଜେପିରୁ ବହିଷ୍କୃତ ନେତା ନବୀନ ଜିନ୍ଦଲଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି। ଜିନ୍ଦଲଙ୍କ ବିରୋଧରେ ହୋଇଥିବା ସମସ୍ତ ଏଫଆଇଆରକୁ ଦିଲ୍ଲୀ ପୁଲିସର ଆଇଏଫଏସଓ ୟୁନିଟକୁ ଟ୍ରାନ୍ସଫର କରିବାକୁ କହିଛନ୍ତି। ଏଥିସହ ଜିନ୍ଦଲଙ୍କ ବିରୋଧରେ ୮ ସପ୍ତାହ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବାକୁ ସୁପ୍ରିମ କୋର୍ଟ କହିଛନ୍ତି। ଏହା ପୂର୍ବରୁ ସୁପ୍ରିମ କୋର୍ଟ ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ ଓ ଆସାମ ସରକାରକୁ ନୋଟିସ ଜାରି କରି ଜବାବ ମାଗିଥିଲେ।

ବିଜେପିରୁ ବହିଷ୍କୃତ ନବୀନ ଜିନ୍ଦଲଙ୍କ ଯାଚିକା ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଯାଚିକାରେ ଜିନ୍ଦଲ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଏଫଆଇଆରକୁ ଏକତ୍ରିତ କରିବାକୁ ଅନୁରୋଧ କରିଥିଲେ। କାରଣ ଜିନ୍ଦଲଙ୍କ ବିରୋଧରେ ପୈଗମ୍ବରଙ୍କ ଉପରେ ବିବାଦୀୟ ବୟାନ ଦେବାକୁ ନେଇ ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ ଓ ଆସାମରେ ମାମଲା ଦାୟର ହୋଇଥିଲା।

ଉଲ୍ଲେଖଯୋଗ୍ୟ, କିଛି ମାସ ପୂର୍ବରୁ ମହମ୍ମଦଙ୍କ ବିରୋଧରେ ଏକ ବିବାଦୀୟ ଟିପ୍ପଣୀ ଦେବାକୁ ନେଇ ସାରା ଦେଶରେ ଦେଖାଦେଇଥିଲା ଉତ୍ତେଜନା। ଦଳ ମଧ୍ୟ ତାଙ୍କୁ ବହିଷ୍କାର କରିଥିଲା। ଏହି ନେତାମାନଙ୍କ ବୟାନକୁ ନେଇ ବିଦେଶରେ ମଧ୍ୟ ଦେଖାଦେଇଥିଲା ଉତ୍ତେଜନା ଓ ପ୍ରଦର୍ଶନ। ବିଭିନ୍ନ ଇସଲାମିକ ରାଷ୍ଟ୍ର ଏହା ଉପରେ ଆପତ୍ତି ଉଠାଇଥିଲେ।

Leave a Reply

Your email address will not be published. Required fields are marked *