ନୂଆଦିଲ୍ଲୀ: ନ୍ୟୁଜ ୧୮ ଇଣ୍ଡିଆ ଆଙ୍କରଙ୍କୁ ୫୦ ହଜାର ଟଙ୍କା ଜରିମାନା କରିଛି ନ୍ୟୁଜ୍ ବ୍ରଡକାଷ୍ଟିଂ ଆଣ୍ଡ ଡିଜିଟାଲ ଷ୍ଟାଣ୍ଡାର୍ଡସ ଅଥୋରିଟି ବା ଏନବିଡିଏସଏ। ଚଳିତ ବର୍ଷ ଏପ୍ରିଲ ୬ ତାରିଖରେ କର୍ଣ୍ଣାଟକ ହିଜାବ ବ୍ୟାନ ଉପରେ ହେଉଥିବା ଏକ ନ୍ୟୁଜ ପରିବେଷଣକୁ ନେଇ ଏହି ଜରିମାନା କରାଯାଇଛି। ସୋ ଏୟାର ହେଉଥିବା ବେଳେ ଉପସ୍ଥାପକ ଅମନ ଚୋପ୍ରା ହିଜାବ ସପକ୍ଷବାଦୀ ପାନେଲିଷ୍ଟଙ୍କୁ ଅଲକାଇଦା ସହ ତୁଳନା କରିଥିଲେ।
ବୁଧବାର ଏନବିଡିଏସଏ ପକ୍ଷରୁ ଜାରି ଷ୍ଟେଟମେଣ୍ଟରେ କୁହାଯାଇଛି କି, ହିଜାବ ସମର୍ଥବାଦୀ ପାନେଲିଷ୍ଟଙ୍କୁ ଜବାହାରି ଗ୍ୟାଙ୍ଗ ସଦସ୍ୟ, ଜୱାହରି ଆମ୍ବାସାଡର, ଜବାହରି ତୁମ ଭଗବାନ ଓ ତୁମେ ତାଙ୍କ ଫ୍ୟାନ ପରି ଟିପ୍ପଣୀ ଦେଇ ବ୍ରଡକାଷ୍ଟ ପ୍ରବୃତ୍ତିର ଉଲ୍ଲଙ୍ଘନକୁ ଗ୍ରହଣ ଯୋଗ୍ୟ ନୁହେଁ।ଏହା ବ୍ୟତୀତ ଅଲକାଏଦା ଗ୍ୟାଙ୍ଗ ଏକ୍ସପୋଜ; ହିଜାବ କା ଫଟା ପୋଷ୍ଟର, ନିକଲା ଅଲକାଏଦା; ହିଜାବ ପଛରେ ଅଲ ଜବାହରି; ଅଲକାଏଦା ଦ୍ବାରା ହିଜାବ ବିବାଦ ପରି ଏୟାର ଟିକରକୁ ଏନବିଡିଏସଏ ନାପସନ୍ଦ କରିଛି।
ଏନବିଡିଏସଏ ଆଙ୍କରଙ୍କ ବ୍ୟବହାରରେ ବ୍ରଡକାଷ୍ଟ ଏଥିକ୍ସ ଓ ଷ୍ଟାଣ୍ଡାରର୍ଡ ପ୍ରତି ଅବମାନନା କରାଯାଇଥିବା ଓ ଖବର ସଂଗ୍ରହ କାଳରେ ବମ୍ବେ ହାଇକୋର୍ଟଙ୍କ ଗାଇଡଲାଇନ ଉଲ୍ଲଙ୍ଘନ କରାଯାଇଥିବା ନୋଟିସ କରିଥିବା ତାର ଷ୍ଟେଟମେଣ୍ଟରେ ଉଲ୍ଲେଖ କରିଛି। ଏଥିସହ ଅନ୍ୟ ପାନେଲିଷ୍ଟ ବିତର୍କ କାଳରେ ହିଜାବ ସମର୍ଥବାଦୀଙ୍କ ପ୍ରତି ସେମାନଙ୍କ ବୟାନରେ ସମସ୍ତ ସୀମା ପାର କରି ଯାଇଥିବା ବେଳେ ପାନେଲିଷ୍ଟଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବାରେ ଆଙ୍କର ବିଫଳ ହୋଇଥିବା ଏନବିଡିଏସଏ ପାଇଥିଲା। ଏହା ଦ୍ବାରା ଦେଶରେ ସାମ୍ପ୍ରଦାୟିକ ଏକତା କ୍ଷୁନ୍ନ ହେବାର ସମ୍ଭାବନା ଥିବା ଷ୍ଟଟମେଣ୍ଟରେ ଉଲ୍ଲେଖ କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now