ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। କିଛି ଦିନ ହେବ ସ୍ଥିତିରେ ଆସୁନାହିଁ କୌଣସି ସୁଧାର। ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଆଇସିୟୁରେ ସେ ଚିକିତ୍ସିତ ହେଉଛନ୍ତି। ସେଠାରେ ଏକ ବିଶେଷଜ୍ଞ ଦଳ ତାଙ୍କ ଚିକିତ୍ସାରେ ନିୟୋଜିତ ରହିଛନ୍ତି। ରବିବାର ମେଡିକାଲ ପକ୍ଷରୁ ଜାରି ବୟାନରେ କୁହାଯାଇଛି କି, ମୁଲାୟମଙ୍କ ସ୍ବାସ୍ଥ ଗମ୍ଭୀର ରହିଛି ଓ ଜୀବନ ରକ୍ଷକ ଔଷଧ ଉପରେ ନିର୍ଭରଶୀଳ ଅଛନ୍ତି। ସେପଟେ ମୁଲାୟମଙ୍କ ଆରୋଗ୍ୟ କାମନା କରି ତାଙ୍କ ସମର୍ଥକ ପୂଜା ପାଠ କରୁଛନ୍ତି।
ଏହା ମଧ୍ୟରେ ପରିବାର ପକ୍ଷରୁ କୁହାଯାଇଛି କି, ନେତାଜୀ ଠିକ ଅଛନ୍ତି। ତେଣୁ ତାଙ୍କୁ ଦେଖିବାକୁ କେହି ହସ୍ପିଟାଲକୁ ନ ଆସନ୍ତୁ। ଦଳୀୟ କର୍ମକର୍ତ୍ତା ଓ ନେତାଙ୍କ ଭିଡକୁ ନେଇ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଯାଇଛି। ଅଖିଳେଶ ଯାଦବ ମଧ୍ୟ ହସ୍ପିଟାଲରେ ହିଁ ଡେରା ପକାଇଥିବା ସୂଚନା ରହିଛି।
ମୁଲାୟମଙ୍କ ସ୍ବାସ୍ଥ୍ୟ ତିନି ବର୍ଷ ହେବ ଖରାପ ରହି ଆସୁଛି। ନିୟମିତ ଭାବେ ମାସରେ ଥରେ କି ଦୁଇ ଥର ହସ୍ପିଟାଲ ଆସିଥାନ୍ତି ଯାଞ୍ଚ ପାଇଁ। କିନ୍ତୁ ଅଗଷ୍ଟରୁ ତାଙ୍କ ସ୍ବାସ୍ଥ୍ୟରେ ଅବନତି ହେବାରୁ ସେ ମେଦାନ୍ତାରେ ଆଡମିଟ ହୋଇଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ନିକଟରେ ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେବାରୁ ହସ୍ପିଟାଲର ଆଇସିୟୁକୁ ସିପ୍ଟ କରାଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି।
ମୁଲାୟମ ପୋଷ୍ଟ୍ରେଟ ସହ ଜଡିତ ସମସ୍ୟା ଦେଇ ଗତିକରୁଛନ୍ତି। ଏଥିପାଇଁ ସେ ନିୟମିତ ହସ୍ପିଟାଲର ଡାକ୍ତରଙ୍କ ନିରୀକ୍ଷଣରେ ରହିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now