ଯୁବପିଢିଙ୍କ ଉଡାଣ ପାଇଁ ରନୱେ ପ୍ରସ୍ତୁତ: ମୋଦି

Spread the love

ହୁବଲି: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ହୁବଲିରେ ଜାତୀୟ ଯୁବ ଉତ୍ସବକୁ ଉଦ୍‌ଘାଟ କରିଛନ୍ତି। ସ୍ବାମୀ ବିବେକା ନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି ଉତ୍ସବ ପାଳନ ହେଉଥିବା ବେଳେ ଏହା ଜାନୁଆରୀ ୧୨ରୁ ୧୬ ପର୍ଯ୍ୟନ୍ତ ହୁବଲିରେ ଚାଲିବ। ଏହାକୁ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଛି। ଉଦଘାଟନୀ ଉତ୍ସବରେ ମୋଦି କହିଛନ୍ତି, ଆଜି ଆମେ ବିଶ୍ବର ୫ମ ସର୍ବବୃହତ୍ତ ଅର୍ଥନୀତି ପାଲଟିଛେ। ଆଗାମୀ ଦିନରେ ଶୀର୍ଷ ୩ ସ୍ଥାନ ମଧ୍ୟରେ ଆସିବାକୁ ଆମେ ଲକ୍ଷ୍ୟ ରଖିଛୁ।

ଦେଶର ଅର୍ଥନୈତିକ ଅଭିବୃଦ୍ଧି ଯୁବପିଢିଙ୍କ ପାଇଁ ଆଣିବ ବ୍ୟାପକ ସୁଯୋଗ। ସେହିପରି କୃଷି କ୍ଷେତ୍ରକୁ ନେଇ ମାଦି କହିଛନ୍ତି କି, ଆମେ କୃଷି କ୍ଷେତ୍ରରେ ବୈଶ୍ବିକ ଶକ୍ତିର ନେତୃତ୍ବ ନେଉଛୁ। ବୈଷୟିକ ଓ ନୂତନ ବିଚାର ଦ୍ବାରା ଏହି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବାକୁ ଯାଉଛି। ଏହାର ସଦୁପଯୋଗ ମାଧ୍ୟମରେ ଯୁବକ ଯୁବତୀ ସଫଳତାର ଶୀର୍ଷରେ ପହଞ୍ଚିବେ ବୋଲି ମୋଦି କହିଛନ୍ତି। ଏଥିସହ ଆହୁରି କ୍ରୀଡା କ୍ଷେତ୍ର ମଧ୍ୟ ଭାରତୀୟ ଯୁବପିଢିଙ୍କ ଦକ୍ଷତା ବୈଶ୍ବିକ କ୍ଷମତାର କେନ୍ଦ୍ର ପାଲଟିବ । ଚଳିତ ଶତାବ୍ଦୀ ଯୁବପିଢିଙ୍କର ଓ ଏହି କ୍ଷେତ୍ରରେ ଅଗ୍ରଗତି ପାଇଁ ସମସ୍ତ ପ୍ରକାର ଓ ବଳିଷ୍ଠ ଭିତ୍ତିପ୍ରସ୍ତର ସ୍ଥାନ କରାଯାଇଛି। ଯୁବପିଢିଙ୍କ ଉଡାଣ ପାଇଁ ରନୱେ ପ୍ରସ୍ତୁତ ସରିଛି, ଏବେ ଉଡାଣ ପାଇଁ ଅପେକ୍ଷା ବୋଲି ମୋଦି ତାଙ୍କ ଉଦ୍‌ବୋଧନରେ କହିଛନ୍ତି।

ତେବେ ଏହି କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏକ ବିଭ୍ରାଟ ଦେଖିବାକୁ ମିଳିଥିଲା। ଆଜି ଯେତେବେଳେ ମୋଦି ଯୁବ ଉତ୍ସବର ଉଦ୍‌ଘାଟନୀ ପାଇଁ ଏକ ରୋଡ ସୋ’ରେ ସେଠାକୁ ଯାଉଥିଲେ, ହଠାତ୍ ଜଣେ ଯୁବକ କଡା ସୁରକ୍ଷା ବଳୟକୁ ଭେଦି ମୋଦିଙ୍କ ଗାଡି ନିକଟରେ ପହଞ୍ଚିବା ସହ ମୋଦିଙ୍କୁ ଫୁଲମାଳ ପିନ୍ଧାଇବାକୁ ଚାହିଁଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷାକର୍ମୀମାନେ ତତ୍କାଳ ଆକ୍ଟିଭ ହୋଇ ଉଠିଥିଲେ । ଉକ୍ତ ଯୁବକଙ୍କୁ ମୋଦିଙ୍କ କାରକେଡରୁ ଦୂରକୁ ନେଇ ଯାଇଥିଲେ। ସେପଟେ ସୁରକ୍ଷା ବିଭ୍ରାଟକୁ ହୁବଲି କମିଶନର ଖଣ୍ଡନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପାଇଁ ଆୟୋଜିତ ସୁରକ୍ଷା ବ୍ୟବସ୍ଥା ବ୍ୟବସ୍ଥିତ ଥିବା କହିବା ସହ କୌଣସି ବିଚ୍ୟୁତି ହୋଇ ନାହିଁ ବୋଲି କହିଛନ୍ତି କମିଶନର।  

Leave a Reply

Your email address will not be published. Required fields are marked *