ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଉତ୍ସର୍ଗ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ  ଜି -୨୦ ମୁଦ୍ରା ଏବଂ ଜି -୨୦ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । ପ୍ରଧାନମନ୍ତ୍ରୀ ଡ୍ରୋନ୍ ମାଧ୍ୟମରେ କରାଯାଇଥିବା ସମ୍ମିଳନୀ କେନ୍ଦ୍ରର ନାମକରଣ “ଭାରତ ମଣ୍ଡପମ୍” ତଥା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମାରୋହର ସାକ୍ଷୀ ହେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁଯାୟୀ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଥିବା ପ୍ରଗତି ମଇଦାନରେ ଥିବା ନୂତନ ଆଇଇସିସି ସୌଧ ଭାରତକୁ ଏକ ବିଶ୍ୱ ବ୍ୟବସାୟ ସ୍ଥଳ ଭାବରେ ପରିଣତ କରିବାରେ ସାହାଯ୍ୟ କରିବ ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶର ନୂତନ ଉତ୍ସାହ ଏବଂ ମନୋବଳକୁ ସୂଚାଇବା ପାଇଁ ଏକ କବିତା ସହିତ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ସେ କହିଛନ୍ତି, ଭାରତ ମଣ୍ଡପମ୍ ହେଉଛି ଭାରତର ସାମର୍ଥ୍ୟ ଏବଂ ଦେଶର ନୂତନ ଶକ୍ତି ପାଇଁ ଆହ୍ୱାନ, ଏହା ଭାରତର ମହାନତା ଏବଂ ଇଚ୍ଛାଶକ୍ତିର ଏକ ନିଦର୍ଶନ ଅଟେ ।

ପ୍ରଧାନମନ୍ତ୍ରୀ ଆଜି ସକାଳେ ଶ୍ରମିକଙ୍କୁ ଉତ୍ସାହିତ କରିଥିବା କଥା ମନେ ପକାଇ କହିଛନ୍ତି ଯେ ସେମାନଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠାକୁ ଦେଖିବାପରେ ସମଗ୍ର ଦେଶ ପ୍ରଭାବିତ ହୋଇଛି । ସେ ଭାରତ ମଣ୍ଡପମ ପାଇଁ ଦିଲ୍ଲୀବାସୀ ତଥା ପ୍ରତ୍ୟେକ ଭାରତୀୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କାର୍ଗିଲ ବିଜୟ ଦିବସର ଐତିହାସିକ ଉତ୍ସବକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ସମଗ୍ର ଦେଶ ତରଫରୁ କାର୍ଗିଲ ଯୁଦ୍ଧରେ ଭାରତ ପାଇଁ ପ୍ରାଣ ହରାଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି ଯେ “ଭାରତ ମଣ୍ଡପମ୍” ର ନାମକରଣ ପଛରେ ଭଗବାନ୍ ବାସଭେଶ୍ୱରଙ୍କ “ଅନୁଭବ ମଣ୍ଡପମ୍” ର ପ୍ରେରଣା ରହିଛି । ସେ କହିଛନ୍ତି ଯେ ଅନୁଭମ ମଣ୍ଡପମ୍ ବିତର୍କ ଏବଂ ଅଭିବ୍ୟକ୍ତିର ପରମ୍ପରାକୁ ପ୍ରତିନିଧିତ୍ୱ କରୁଛି । ସେ ମନେ ପକାଇ ଦେଇଛନ୍ତି ଯେ ଗଣତନ୍ତ୍ରର ଜନନୀ ଭାବରେ ଭାରତ ସ୍ୱୀକୃତିପ୍ରାପ୍ତ । ସେ ଏହି ପରି ଅନେକ ଐତିହାସିକ ଏବଂ ପ୍ରତ୍ନତାତ୍ତ୍ୱିକ ଉଦାହରଣ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଥିବାବେଳେ ଏହି ଭାରତୀ ମଣ୍ଡପମ୍ ଆମ ଗଣତନ୍ତ୍ର ପାଇଁ ଏକ ସୁନ୍ଦର ଉପହାର ଅଟେ । ସେ କହିଛନ୍ତି ଯେ ବର୍ତ୍ତମାନ ଠାରୁ କିଛି ସପ୍ତାହ ମଧ୍ୟରେ ଏହି ସ୍ଥାନରେ ଜି -୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ ଯେତେବେଳେ ସମଗ୍ର ବିଶ୍ୱ ଭାରତର ପଦକ୍ଷେପ ଏବଂ ଅଭିବୃଦ୍ଧି ଦେଖିବାକୁ ପାଇବ ।

ଦିଲ୍ଲୀରେ ଏକ ବିଶ୍ୱ ସ୍ତରୀୟ ସମ୍ମିଳନୀ କେନ୍ଦ୍ରର ଆବଶ୍ୟକତା ଉପରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଆମକୁ ଏକବିଂଶ ଶତାବ୍ଦୀ ପାଇଁ ଉପଯୁକ୍ତ ର୍ନିମାଣ କରିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଭାରତ ମଣ୍ଡପମ ପୃଥିବୀର ବିଭିନ୍ନ ସ୍ଥାନରୁ ପ୍ରଦର୍ଶକମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ଏବଂ ଏହା ଭାରତରେ ସମ୍ମିଳନୀ ପର୍ଯ୍ୟଟନ ପାଇଁ ଏକ ମାଧ୍ୟମ ହେବ । ଭାରତ ମଣ୍ଡପମ୍ ଦେଶର ଷ୍ଟାର୍ଟଅପ୍ ର ଦକ୍ଷତା ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ, କଳାକାର ଏବଂ ଅଭିନେତାମାନଙ୍କ ପ୍ରଦର୍ଶନର ସାକ୍ଷୀ ହେବ ଏବଂ ହସ୍ତତନ୍ତ କାରିଗରମାନଙ୍କ ଉଦ୍ୟମକୁ ପ୍ରଦର୍ଶନ କରିବାକୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ । ଭାରତ ମଣ୍ଡପମ ଆତ୍ମନିର୍ଭର ଭାରତ ଏବଂ ଭୋକାଲ ଫର ଲୋକାଲ ଅଭିଯାନର ପ୍ରତିଫଳନ ହେବ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଅର୍ଥନୀତି ଠାରୁ ଆରମ୍ଭ କରି ପରିବେଶ, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ର ପାଇଁ ଏହି ସମ୍ମିଳନୀ କେନ୍ଦ୍ର ଏକ ମଣ୍ଡପ ଭାବରେ ଉଭା ହେବ ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ, ଭାରତ ମଣ୍ଡପମ୍ ଭଳି ଭିତ୍ତିଭୂମି ଦଶନ୍ଧି ପୂର୍ବରୁ ବିକଶିତ ହେବା ଉଚିତ ଥିଲା । ନ୍ୟସ୍ତ ସ୍ୱାର୍ଥର ବିରୋଧ ସତ୍ୱେ ଭିତ୍ତିଭୂମି ସୃଷ୍ଟି କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ଖଣ୍ଡବିଖଣ୍ଡିତ ଢଙ୍ଗରେ କାର୍ଯ୍ୟ କରି କୌଣସି ସମାଜ ଅଗ୍ରଗତି କରିପାରିବ ନାହିଁ । ସେ କହିଛନ୍ତି ଯେ ଭାରତ ମଣ୍ଡପମ୍ ଦୂରଦୂରାନ୍ତର କାର୍ଯ୍ୟଶୈଳୀର ଏକ ଉଦାହରଣ । ୧୬୦ ରୁ ଅଧିକ ଦେଶ ପାଇଁ ଇ-କନଫରେନ୍ସ ଭିସା ସୁବିଧା ଭଳି ପଦକ୍ଷେପ ବିଷୟରେ ସୂଚନା ଦେଇ ସେ ଏହା ବୁଝାଇଥିଲେ । ଦିଲ୍ଲୀ ବିମାନବନ୍ଦରର କ୍ଷମତା ୨୦୧୪ ର ୫ କୋଟିରୁ ଆଜି ବାର୍ଷିକ ୭.୫ କୋଟିକୁ ବୃଦ୍ଧି ପାଇଛି । ଜିୱାର ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ଏହା ଆହୁରି ମଜବୁତ ହେବ । ଦିଲ୍ଲୀ ଏନସିଆରରେ ଥିବା ଆତିଥ୍ୟ ଶିଳ୍ପ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ସମ୍ମିଳନୀ ପର୍ଯ୍ୟଟନ ପାଇଁ ଏକ ସମଗ୍ର ଇକୋସିଷ୍ଟମ ସୃଷ୍ଟି କରିବାର ଏହା ଏକ ଯୋଜନାବଦ୍ଧ ଆଭିମୁଖ୍ୟକୁ ସୂଚିତ କରିଛି ।

ଗତ କିଛି ବର୍ଷ ମଧ୍ୟରେ ରାଜଧାନୀ ନୂଆଦିଲ୍ଲୀରେ ହୋଇଥିବା ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନୂତନ ଭାବେ ଉଦଘାଟିତ ସଂସଦ ଭବନକୁ ଉଲ୍ଲେଖ କରି କହିଛନ୍ତି ଯେ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ସୃଷ୍ଟି କରୁଛି । ସେ ଜାତୀୟ ଯୁଦ୍ଧ ସ୍ମାରକୀ, ପୋଲିସ ସ୍ମାରକୀ ଏବଂ ବାବା ସାହେବ ଆମ୍ବେଦକର ସ୍ମାରକୀ ଭଳି ସ୍ମାରକର ଉଦାହରଣ ମଧ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ କର୍ତ୍ତବ୍ୟ ପଥକୁ ଘେରି ରହିଥିବା କାର୍ଯ୍ୟାଳୟ କୋଠାଗୁଡ଼ିକର ବିକାଶ କାର୍ଯ୍ୟ ଜୋରସୋରରେ ଚାଲିଛି କାରଣ ସରକାର କାର୍ଯ୍ୟ ସଂସ୍କୃତି ତଥା କାର୍ଯ୍ୟ ପରିବେଶକୁ ପରିବର୍ତ୍ତନ କରିବାରେ ଉତ୍ସାହିତ କରୁଛନ୍ତି । ସେ ମଧ୍ୟ ପ୍ରଧାନ ମନ୍ତ୍ରୀ ସଂଗ୍ରହାଳୟ ଉପରେ ମତ ରଖିଛନ୍ତି ଯାହା ଭାରତ ପୂର୍ବରୁ ଦେଖିଥିବା ପ୍ରତ୍ୟେକ ପ୍ରଧାନମନ୍ତ୍ରୀଙ୍କ ଜୀବନର ଝଲକ ଯୋଗାଇଥାଏ । ସେ ସୂଚନା ଦେଇଛନ୍ତି ଯେ ବିଶ୍ୱର ସର୍ବବୃହତ ସଂଗ୍ରହାଳୟ “ଯୁଗେ ଯୁଗେ ଭାରତ” ର ବିକାଶ କାଯ୍ୟ ନୂଆଦିଲ୍ଲୀରେ ଖୁବଶୀଘ୍ର ଆସୁଛି ।

ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଯେ ବିକାଶ ପାଇଁ ଆମକୁ ବଡ଼ ଚିନ୍ତା କରିବାକୁ ହେବ ଏବଂ ବଡ ଲକ୍ଷ୍ୟ ହାସଲ କରିବାକୁ ପଡିବ । ସେଥିପାଇଁ ସେ କହିଛନ୍ତି, ଥିଙ୍କ୍ ବିଗ୍, ଡ୍ରିମ୍ ବିଗ୍, ଆକ୍ଟ ବିଗ୍ ନୀତି ସହ ଭାରତ ଆଗକୁ ବଢୁଛି । ସେ ବକ୍ତବ୍ୟ ଜାରି ରଖି କହିଛନ୍ତି ଆମେ ବଡ଼, ଉନ୍ନତ ଏବଂ ଗତିଶୀଳତା ସୃଷ୍ଟି କରୁଛୁ । ସେ ବିଶ୍ୱର ସର୍ବବୃହତ ସୌର-ପବନ ପାର୍କ, ସର୍ବୋଚ୍ଚ ରେଳ ବ୍ରିଜ, ଦୀର୍ଘତମ ଟନେଲ, ଉଚ୍ଚତମ ରାସ୍ତା, ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ୍, ଦୁନିଆର ଉଚ୍ଚତମ ପ୍ରତିମୂର୍ତ୍ତି ଏବଂ ଭାରତରେ ଏସିଆର ଦ୍ୱିତୀୟ ବୃହତ୍ତମ ରେଳ ପୋଲ ବିଷୟରେ ସେ କହିଥିଲେ । ସେ ସବୁଜ ହାଇଡ୍ରୋଜେନ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ ।

ବର୍ତ୍ତମାନର ସରକାରଙ୍କ ଏହି କାର୍ଯ୍ୟକାଳ ଏବଂ ପୂର୍ବ କାର୍ଯ୍ୟକାଳର ବିକାଶର ସ୍ତମ୍ଭକୁ ସମଗ୍ର ଦେଶ ଦେଖୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ବିକାଶ ଯାତ୍ରା ବର୍ତ୍ତମାନ ଅଟକି ନାହିଁ । ୨୦୧୪ ରେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ସମୟରେ ଭାରତ ଦଶମ ବୃହତ୍ତମ ଅର୍ଥନୀତି ଥିଲା ବୋଲି ଶ୍ରୀ ମୋଦୀ ଦର୍ଶାଇଛନ୍ତି । ଟ୍ରାକ୍ ରେକର୍ଡ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ତୃତୀୟ ଅବଧିରେ ଭାରତର ନାମ ବିଶ୍ୱର ଶ୍ରେଷ୍ଠ ୩ୟ ଅର୍ଥନୀତି ମଧ୍ୟରେ ରହିବ । ସେ କହିଛନ୍ତି ଯେ ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି । ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ତୃତୀୟ ଅବଧିରେ ଭାରତର ବିକାଶ ଯାତ୍ରାର ଗତି ବହୁଗୁଣିତ ହେବ ଏବଂ ନାଗରିକମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଭାରତ ପୁନଃ ର୍ନିମାଣର ଏକ ବିପ୍ଳବର ସାକ୍ଷୀ ରହିଛି ଯେପରି ଗତ ୯ ବର୍ଷ ମଧ୍ୟରେ ଭିତ୍ତିଭୂମି ର୍ନିମାଣରେ ୩୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଚଳିତ ବର୍ଷ ମଧ୍ୟ ପୁଞ୍ଜି ବ୍ୟୟ ୧୦ ଲକ୍ଷ କୋଟି ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଭାରତ ଏକ ଅଭୂତପୂର୍ବ ଗତି ଏବଂ ମାପରେ କାର୍ଯ୍ୟ କରୁଛି । ସେ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ୪୦ ହଜାର କିଲୋମିଟର ରେଳ ଲାଇନର ବିଦ୍ୟୁତିକରଣ ହୋଇଛି ଯେତେବେଳେ ଏହା ପୂର୍ବରୁ ସାତ ଦଶନ୍ଧି ମଧ୍ୟରେ ମାତ୍ର ୨୦ ହଜାର କିଲୋମିଟର ହୋଇଥିଲା । ୨୦୧୪ ପୂର୍ବରୁ, ପ୍ରତି ମାସରେ ୬୦୦ ମିଟର ମେଟ୍ରୋ ଲାଇନ ବିଛାଯାଉଥିଲା, ଆଜି ପ୍ରତି ମାସରେ ୬ କିଲୋମିଟର ଲମ୍ବା ମେଟ୍ରୋ ଲାଇନ ବିଛାଯାଉଛି । ୨୦୧୪ ରେ କେବଳ ୪ ଲକ୍ଷ କିଲୋମିଟର ତୁଳନାରେ ଆଜି ଦେଶରେ ୭.୨୫ ଲକ୍ଷ କିଲୋମିଟର ଲମ୍ବା ଗ୍ରାମାଞ୍ଚଳ ରାସ୍ତା ରହିଛି । ବିମାନ ବନ୍ଦର ସଂଖ୍ୟା ପ୍ରାୟ ୭୦ ରୁ ପ୍ରାୟ ୧୫୦ କୁ ବୃଦ୍ଧି ପାଇଛି । ୨୦୧୪ ରେ କେବଳ ୬୦ ତୁଳନାରେ ସହରାଞ୍ଚଳ ଗ୍ୟାସ ବିତରଣ ୬୦୦ ସହରରେ ପହଞ୍ଚିଛି ।

ନୂତନ ଭାରତ ଆଗକୁ ବଢୁଛି ଏବଂ ବାଟରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରୁଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ଧ୍ୟାନ ଦେଉଛନ୍ତି । ସାମାଜିକ ଭିତ୍ତିଭୂମି ପାଇଁ ବଡ ପରିବର୍ତ୍ତନକାରୀ ହେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟରପ୍ଲାନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିରେ ୧୬୦୦ ରୁ ଅଧିକ ସ୍ତରର ତଥ୍ୟ ରହିଛି ଏବଂ ଦେଶର ସମୟ ଏବଂ ଅର୍ଥ ସଞ୍ଚୟ କରିବାକୁ ଲକ୍ଷ୍ୟ ରହିଛି ।

ପ୍ରଧାନମନ୍ତ୍ରୀ ୧୯୩୦ ଦଶକ ସମୟର ଧ୍ୟାନ ଆକର୍ଷଣ କରିଥିଲେ ଏବଂ କହିଥିଲେ ଯେ ଗତ ଶତାବ୍ଦୀର ତୃତୀୟ ଦଶନ୍ଧି ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ଗୁରୁତ୍ୱପୂର୍ଣ ଥିଲା ଯେଉଁଠାରେ ଲକ୍ଷ୍ୟ ସ୍ୱରାଜ ଥିଲା । ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଶତାବ୍ଦୀର ତୃତୀୟ ଦଶନ୍ଧି ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଆମର ଲକ୍ଷ୍ୟ ଏକ ସମୃଦ୍ଧ ଭାରତ, “ବିକଶିତ ଭାରତ” । ଭାରତ ସ୍ୱାଧୀନତା ହାସଲ କରିଥିବା ସ୍ୱରାଜ ଆନ୍ଦୋଳନର ଫଳାଫଳ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ବର୍ତ୍ତମାନ ଏହି ତୃତୀୟ ଦଶନ୍ଧିରେ ଆମର ଆଗାମୀ ୨୫ ବର୍ଷ ପାଇଁ “ବିକଶିତ ଭାରତ” ର ଲକ୍ଷ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେ ନାଗରିକମାନଙ୍କୁ ଉତ୍ସାହିତ କରିଥିଲେ । ଅଭିଜ୍ଞତା ଅନୁଯାୟୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ତାଙ୍କ ଆଗରେ ଅନେକ ସଫଳତାର ସାକ୍ଷୀ ରହିଛନ୍ତି ଏବଂ ଦେଶର ଶକ୍ତି ବିଷୟରେ ଅବଗତ ଅଛନ୍ତି । ଭାରତ ଏକ ବିକଶିତ ଦେଶ ହୋଇପାରିବ! ଭାରତ ଦାରିଦ୍ର ଦୂର କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ନୀତି ଆୟୋଗଙ୍କ ଏକ ରିପୋର୍ଟକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ମାତ୍ର ୫ ବର୍ଷ ମଧ୍ୟରେ ଭାରତରେ ୧୩.୫ କୋଟି ଲୋକ ଦାରିଦ୍ର ଭିତରୁ ବାହାରି ଆସିଛନ୍ତି । ସେ ଆହୁରି ମଧ୍ୟ ଦୋହରାଇଛନ୍ତି ଯେ ଅନ୍ତର୍ଜାତୀୟ ସଂଗଠନ ଭାରତରେ ଦାରିଦ୍ର ଦୂରକୁ ଅନୁଭବ କରିଛନ୍ତି ଏବଂ ଗତ ୯ ବର୍ଷ ମଧ୍ୟରେ ସରକାର ଗ୍ରହଣ କରିଥିବା ନୀତି ଏବଂ ନିଷ୍ପତ୍ତିଗୁଡିକୁ ଶ୍ରେୟ ଦେଇଛନ୍ତି ।

ସ୍ୱଚ୍ଛ ଉଦ୍ଦେଶ୍ୟ ଏବଂ ସଠିକ୍ ନୀତିର ଅ।ବଶ୍ୟକତାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଜି -୨୦ କୁ ଏକ ଉଦାହରଣ ଭାବରେ ଦର୍ଶାଇଛନ୍ତି । ସେ କହିଛନ୍ତି, ଆମେ ଜି -୨୦ କୁ କେବଳ ଗୋଟିଏ ସହର କିମ୍ବା ଗୋଟିଏ ସ୍ଥାନରେ ସୀମାବଦ୍ଧ କରିନାହୁଁ । ଆମେ ଜି -୨୦ ବୈଠକଗୁଡ଼ିକୁ ଦେଶର ୫୦ ରୁ ଅଧିକ ସହରକୁ ନେଇଥିଲୁ । ଆମେ ଏହା ମାଧ୍ୟମରେ ଭାରତର ବିବିଧତା ପ୍ରଦର୍ଶନ କରିଛୁ । ଭାରତର ସାଂସ୍କୃତିକ ଶକ୍ତି କ’ଣ, ଭାରତର ଐତିହ୍ୟ କ’ଣ ଆମେ ତାହା ବିଶ୍ୱକୁ ଦେଖାଇଛୁ । ଜି -୨୦ ଅଧ୍ୟକ୍ଷତା ସଂକ୍ରାନ୍ତରେ ଅଧିକ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ସିଦ୍ଧାନ୍ତ ଦେଇଛନ୍ତି, ଜି -୨୦ ବୈଠକ ପାଇଁ ଅନେକ ସହରରେ ନୂତନ ସୁବିଧା ର୍ନିମାଣ କରାଯାଇଥିଲା ଏବଂ ପୁରୁଣା ବ୍ୟବସ୍ଥାର ଆଧୁନିକୀକରଣ କରାଯାଇଥିଲା । ଏହା ଦେଶ ତଥା ଦେଶର ଲୋକଙ୍କୁ ଉପକୃତ କରିଥିଲା । ଏହା ଏକ ଉତ୍ତମ ଶାସନ । ଦେଶ ପ୍ରଥମ, ନାଗରିକ ପ୍ରଥମ ଉତ୍ସାହକୁ ଅନୁସରଣ କରି ଆମେ ଭାରତକୁ ବିକଶିତ କରିବାକୁ ଯାଉଛୁ ।

Leave a Reply

Your email address will not be published. Required fields are marked *