ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି ।

ସେମାନେ ଦ୍ୱିପାକ୍ଷିକ ସହଯୋଗ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ ।

ରାଷ୍ଟ୍ରପତି ପୁଟିନ ଋଷର ସାମ୍ପ୍ରତିକ ସ୍ଥିତି ସଙ୍କ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ।

ୟୁକ୍ରେନ ପରିସ୍ଥିତି ବିଷୟରେ ଆଲୋଚନା କରୁଥିବାବେଳେ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ଏବଂ କୂଟନୈତିକ ମାର୍ଗ ଆପଣେଇବା ଉପରେ ଗୁରୁତ୍ୱ ଦେଇଛନ୍ତି ।

ଉଭୟ ନେତା ପରସ୍ପର ସହିତ ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ ଏବଂ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ତଥା ବିଶେଷ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ଉଦ୍ୟମ ଜାରି ରଖିବାକୁ ସହମତ ହୋଇଥିଲେ ।

Leave a Reply

Your email address will not be published. Required fields are marked *