ଅଷ୍ଟ୍ରେଲିଆର ଗଭର୍ଣ୍ଣର ଜେନେରାଲଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ସିଡନୀ ସ୍ଥିତ ଆଡମିରାଲିଟି ହାଉସ ଠାରେ ମେ ୨୪, ୨୦୨୩ରେ ଅଷ୍ଟ୍ରେଲିଆର ଗଭର୍ଣ୍ଣର ଜେନେରାଲ ମହାମହିମ ଡେଭିଡ ହର୍ଲେଙ୍କ ସହ ବୈଠକ କରିଛନ୍ତି ।

ପ୍ରଧାନମନ୍ତ୍ରୀ, ଗଭର୍ଣ୍ଣର ଜେନେରାଲଙ୍କ ସହ ୨୦୧୯ରେ ହୋଇଥିବା ନିଜ ବୈଠକ ସମ୍ପର୍କରେ ମନେ ପକାଇଥିଲେ ଯେତେବେଳେ ସେ ନ୍ୟୁ ସାଉଥ ୱେଲ୍ସର ଗଭର୍ଣ୍ଣର ଭାବେ ଭାରତ ଗସ୍ତରେ ଆସିଥିଲେ ।

ଉଭୟ ନେତା ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ରହିଥିବା ଦ୍ୱିପାକ୍ଷିକ ଭାଗିଦାରୀକୁ ମଜବୁତ କରିବାର ଉପାୟଗୁଡିକ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କ ସକାରାତ୍ମକ ଯୋଗଦାନ ଓ ସେମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *