ପ୍ରି ମାଚ୍ୟୁରିଟି ରିଲିଜକୁ ନେଇ ୟୁପିକୁ ଏସସିଙ୍କ ନିର୍ଦ୍ଦେଶ

Spread the love

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଏଦୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ଉପରେ ଉତ୍ତର ପ୍ରଦେଶ ସରକାରକୁ ଏକ ବଡ ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ସମସ୍ତ ଦୋଷୀମାନଙ୍କ ପ୍ରି-ମାଚ୍ୟୁରିଟି ରିଲିଜ ମାମଲାର ସମାଧାନ ତିନି ମାସ ଭିତରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ପରେ ମୁଖ୍ୟ ବିଚାରପତି ଡି ୱା ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ନିଜ ଆଦେଶରେ  ଲିଗାଲ ସର୍ଭିସେସ୍ ଅଥରିଟି ପ୍ରତି ମାସରେ ଜିଲ୍ଲାର ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କଠାରୁ ସୂଚନା ସଂଗ୍ରହ କରିବା କେଉଁ ମାନେ ପ୍ରି ମାଚ୍ୟୁରିଟି ରିଲିଜ ପାଇଁ ଯୋଗ୍ୟ କି ନୁହଁନ୍ତି ତାର ଯାଞ୍ଚ କରିବେ। ଏଥିସହ ଏହା ମଧ୍ୟ ଦେଖିବାକୁ ହେବ କି, କେଉଁ ମାମଲାରେ ରାଜ୍ୟ ତରଫରୁ ଏହି ରିହାତି ଦିଆଯାଉଛି। ରାଜ୍ୟ ସରକାର କେଉଁ ନୀତି ଆଧାରରେ ପାରଦର୍ଶୀ ଓ ପ୍ରଭାବୀ ପ୍ରଣାଳିରେ ରିଲଜ ସୁବିଧା ଦେଉଛି ତାର ଯାଞ୍ଚ କରାଯିବ।

ସୁପ୍ରିମକୋର୍ଟ ଆଦେଶରେ କହିଛନ୍ତି କି, ରାଜ୍ୟ ନ୍ୟାୟିକ ସେବା କର୍ତ୍ତୃପକ୍ଷ ବର୍ଷରେ ତିନିଥର ଅର୍ଥାତ୍ ଏପ୍ରିଲ, ଅଗଷ୍ଟ ଓ ଡିସେମ୍ବରରେ ବୈଠକ କରିବ। ଏହି ବୈଠକ ମାମଲାଗୁଡିକ ଉପରେ ନଜର ରଖିବ।  ଏଥିରେ ରାଜ୍ୟ ଗୃହବିଭାଗ ସହ ଜେଲ ମହାନିର୍ଦ୍ଦେଶ ସାମିଲ ହେବ।

Leave a Reply

Your email address will not be published. Required fields are marked *