୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

Spread the love

ଭୁବନେଶ୍ବର: ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି l ଗସ୍ତ ସମୟରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଏଥିପାଇଁ ସଜେଇ ହେଉଛି ରମାଦେବୀ ବିଶ୍ୱ ବିଦ୍ୟାଳୟ l ଭୁବନେଶ୍ୱର ଡିସିପି ନିଜେ ଉପସ୍ଥିତ ରହି ମହାମହିମଙ୍କ ପରିଦର୍ଶନ ପୂର୍ବରୁ କ୍ୟାମ୍ପସ ସ୍ଥିତି ପରଖିଛନ୍ତି l

 ଫେବୃଆରୀ ୧୦ ସେ ଓଡିଶା ଆସିବେ ଆଉ ୧୦ ତାରିଖରେ ହିଁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବାର ରହିଛି କାର୍ଯ୍ୟକ୍ରମ । ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ଅବସରରେ ରାଷ୍ଟ୍ରପତି ଦୁଇ ଜଣ ଛାତ୍ରୀଙ୍କୁ ପିଏଚ୍‌ଡି ଡିଗ୍ରି ପ୍ରଦାନ କରିବା ସହ  ନିଜ ସହପାଠୀ ତଥା  ଛାତ୍ର ଛାତ୍ରୀ ମାନଙ୍କ ସହ  କରିବେ  ଆଲୋଚନା l ଏଥିପାଇଁ ପ୍ରାୟ ଏକ ଘଣ୍ଟାର କାର୍ଯ୍ୟକ୍ରମ ରହିଛି l ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ଉଚ୍ଚ ଶିକ୍ଷା ସଚିବଙ୍କ ସମେତ ଉପସ୍ଥିତ  ରହିବେ ବହୁ ପଦାଧିକାରୀ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ରମାଦେବୀ ବିଶ୍ୱବିଦ୍ୟାଳୟରେ ସ୍ଥିତି ସମୀକ୍ଷା କରିଛନ୍ତି ଖୋଦ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ସହ ଆଲୋଚନା କରିବା ସହ ଅଡ଼ିଟୋରିଅମ ପରିଦର୍ଶନ କରି ସୁରକ୍ଷା ଏବଂ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି l

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରମାଦେବୀ କଲେଜରେ ଚାଲିଛି ଜୋରଦାର ପ୍ରସ୍ତୁତି l ଫ୍ରଣ୍ଟ ଗେଟ ମରାମତି ସାଙ୍ଗକୁ ଆରମ୍ଭ ହେଲାଣି ଫୁଲସଜା। ମଙ୍ଗଳବାର ଉଦଘାଟନ ହେବ୩୦୦ ସିଟ ର କ୍ଷମତା  ବିଶିଷ୍ଟ ଅଡିଟୋରିଅମ l ଏହାସହ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଛାତ୍ରୀ ମାନଙ୍କ ମଧ୍ୟରେ ମଧ୍ୟ ରହିଛି ଉତ୍କଣ୍ଠା l ଦେଶର ପ୍ରଥମ ନାଗରିକ ଖୋଦ ରମାଦେବୀ କଲେଜର ଛାତ୍ରୀ l ମାଡାମ ପ୍ରାଇମିନିଷ୍ଟର ଙ୍କୁ ପାଖରେ ତାଙ୍କୁ ଦେଖିବାକୁ ଛାତ୍ରୀ ମାନଙ୍କ ମଧ୍ୟରେ ରହିଛି ଅପେକ୍ଷା l 

ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଏହା ରହିବ ଦ୍ୱିତୀୟ ଓଡିଶା ଗସ୍ତ l ଏହି ଗସ୍ତରେ ସେ ଯିବେ ନିଜେ ପଢ଼ୁଥିବା କଲେଜକୁ l ଏକ ଘଣ୍ଟା ଧରି  ଉପସ୍ଥିତ ରହିବା ସମୟରେ  ତାଙ୍କ ସହ  କିଛି  ସ୍ମରଣୀୟ ମୁହୂର୍ତ ବିତାଇବା ପାଇଁ ଖୁବ  ଉତ୍ସାହିତ କଲେଜ କତୃପକ୍ଷ ଏବଂ ଛାତ୍ରୀମାନେ l

ସ୍ୱରୂପା ଏବଂ ଜ୍ୟୋତିମଞ୍ଜରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *